ଦଳିତ ସାହିକୁ ହୋଇପାରୁନି ପକ୍କା ରାସ୍ତା

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିବା ବେଳେ ର୍ଦୁଭାଗ୍ୟ ବଶତଃ ସ୍ୱାଧିତନାର ୭୬ ବର୍ଷ ପରେ ମଧ୍ୟ ଦଳିତ ସାହିକୁ ରାସ୍ତା ହୋଇପାରୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ର ଦଳିତ ସାହି ରାସ୍ତା ଅବହେଳିତ ଅବସ୍ଥାରେ ପଡି ରହିଛି । ଦୀର୍ଘ ବର୍ଷ ହେଲା ଏହି ମାଟି ରାସ୍ତା ଦେଇ ଦଳିତ ଲୋକ ମାନେ ଯିବା ଆସିବା କରୁଛନ୍ତି । ଏହି ରାସ୍ତାରେ ଦମକଳ, ଆମ୍ବୁଲାନ୍ସ, ସ୍କୁଲ ଭ୍ୟାନ ଆଦି ଯାତାୟତ କରିପାରୁ ନାହିଁ । ବିଶେଷକରି ବର୍ଷାଦିନେ ଏହି ରାସ୍ତାରେ ଆଣ୍ଠୁଏ ଲେଖାଏଁ କାଦୁଅ ହେଉଥିବାରୁ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ସାଇକେଲ ଧରି ଯିବାପାଇଁ ନାକେଦମ୍ ହେଉଛନ୍ତି । ତାଙ୍କର ଜୋତା, ଲୁଗାପଟା ସବୁ ଖରାପ ହୋଇ ଯାଉଛି । ଏ ବିଷୟରେ ବାରମ୍ବାର ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହେଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ମଙ୍ଗଳବାର ଗ୍ରାମର କେତେକ ବ୍ୟକ୍ତି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ତୁରନ୍ତ ଏହି ରାସ୍ତାକୁ ଢଳେଇ ରାସ୍ତାରେ ପରିଣତ କରିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *