ସିପିଆଇର ୧୪ରେ ପଦଯାତ୍ରା

Spread the love

କେନ୍ଦ୍ରାପଡ଼ା : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ପରିଷଦ ବୈଠକ ସାଥୀ ବାବାଜୀ ଧଳଙ୍କ ସଭାପତିତ୍ୱରେ ଖଡିଅଙ୍ଗ ଠାରେ ଅନୁଷ୍ଠିତ ହୋଇ ଯାଇଛି । ପାର୍ଟିର ରାଜ୍ୟ କମିଟି ଆହ୍ୱାନରେ ଚଳିତ ମାସ ଦ୍ୱିତୀୟ ସପ୍ତାହରୁ ବିଜେପି ହଟାଓ ଦେଶ ବଂଚାଅ ନାରାରେ ଦେବାକୁ ଥିବା ରାଜ୍ୟ ବ୍ୟାପି ପଦଯାତ୍ରା ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ଏହାକୁ ସଫଳ ରୂପରେଖ ଦେବାକୁ ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ ପ୍ରସ୍ତାବ ଆଗତ କରିଥିଲେ । ସଂପାଦକଙ୍କ ପ୍ରସ୍ତବ ଉପରେ ସହ ସଂପାଦକ ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେହୁରା, ସଂଜୟ କୁମାର ବସନ୍ତିଆ ପ୍ରମୁଖ ଆଲୋଚନା କରି ଆସନ୍ତା ୧୪ ତାରିଖ ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବତୀଘର ଠାରୁ ପଦଯାତ୍ରା ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି, ଦର ବୃଦ୍ଧି, ବିଜେପିର ସାଂପ୍ରଦାୟିକ ବିଦ୍ୱେଶ ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ଜନମତ ସୃଷ୍ଟି କରାଯିବ ବୋଲି ଆଲୋଚନା ମାଧ୍ୟମରେ ସ୍ଥିର କରାଯାଇଛି । ପ୍ରାରମ୍ଭରେ ପ୍ରାୟତଃ ଜନନେତା ଲୋକନାଥ ଚୌଧୁରୀଙ୍କର ୨୪ତମ ସ୍ମରଣ ଦିବସ ଅବସର ରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ଥିଲା । ସଭା ଶେଷରେ ଦାମୋଦର ମଳିକ ଧନ୍ୟବଦ ଅର୍ପଣ କରିଥିôଲେ ।

Leave a Reply

Your email address will not be published. Required fields are marked *