ପ୍ରଥମେ ଦଖଲ ଜମିର ପଟ୍ଟା ପ୍ରଦାନ କର ଓ ପରେ ଶିଳ୍ପ କର-ଓଡ଼ିଶା କୃଷକ ସଭା

Spread the love

କେନ୍ଦ୍ରାପଡ଼ା : ଶୁକ୍ରବାର ଦିନ ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ବୈଠକ ଖଡିଅଙ୍ଗ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗୟାଧର ଧଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାକାଳପଡା ବ୍ଲକର ରାମନଗର, ଖରିନାସି ଓ ବତିଘର ପଂଚାୟତକୁ ନେଇ ପ୍ରତିଷ୍ଠା ହେବାକୁ ଥିବା ଆର୍ସେଲର ମିତଲ ସ୍ଟିଲ ପ୍ଲାଂଟ ଓ ନିପନ୍ କମ୍ପାନିର ପ୍ଲାଂଟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି । ୧୦ ହଜାର ୪୪୧ ଏକର ଜମିରେ ହେବାକୁ ଥିବା ପ୍ଲାଂଟରେ ଏହି ତିନୋଟି ପଂଚାୟତର ପ୍ରାୟ ୯୫ ଭାଗ ଚାଷୀ ଜମି ହରାଇବା ସହିତ ଏହି ପ୍ଲାଂଟ ଅଧିନରେ ପ୍ରାୟ ୨୬ଟି ଗ୍ରାମର ବାସିନ୍ଦା ମାନେ ବାସହରା ହୋଇଯିବାର ସମ୍ଭବନା ରହିଛି । ଦୀର୍ଘ ୭୦ରୁ ୮୦ ବର୍ଷ ଧରି ବସବାସ କରୁଥିବା ଓ ଜମି ଦଖଲ କରି ଜୀବିକା ନିର୍ବାହ କରୁଥିବା ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ କରାଗଲା ନାହିଁ । ବହୁଚାଷୀ କେ ଫର୍ମ ପଟ୍ଟା ପାଇଥିବା ବେଳେ ଅନେକ ଚାଷୀ ଜମି ଦଖଲ କରି ଅବରୋଧ କେସ୍ରେ ଅନେକ ସମୟରେ ଜୋରିମାନା ପ୍ରଦାନ କରୁଛନ୍ତି । ଷ୍ଟିଲ୍ ପ୍ଲାଂଟ ହେଲେ ସଂପୃକ୍ତ ଅଂଚଳର ଚାଷୀ ଓ ଭୂମି ହୀନ ମାନଙ୍କର ସତ୍ୱାଧିକାର କଣ ହେବ ସେ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଠି ହୋଇଛି । ଝାଟି ଜଙ୍ଗଲ ନାଁରେ ଜଦି ୭୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଦଖଲ ଜମି ଓ ଘର ଡିହର ପଟ୍ଟା ମିଳି ପାରିଲା ନାହିଁଁ ତେବେ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କିପରି ଜମି ଅଧିଗ୍ରହଣ ହୋଇପାରିବ ବୋଲି ଗୟାଧର ଧଳ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯଦି ଶିଳ୍ପ ସଂସ୍ଥା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଜଙ୍ଗଲ ଜମିକୁ ଅଧିଗ୍ରହଣ କରି ପାରିବେ ତାହାଲେ ଦୀର୍ଘ ବର୍ଷ ଧରି ଦଖଲ ଜମିର ପଟ୍ଟା ପାଇଁ ବାରମ୍ବର ତହସିଲ କୁ ଦୌଡୁଥିବା ଭୂମିହିନ ମାନଙ୍କୁ କାହିଁକି ଜମି ପଟ୍ଟା ପ୍ରଦାନ କରିଲେ ନାହିଁ । ଗତ ୨୦୦୨ ମସିହାରୁ ସଂପୃକ୍ତ ତିନୋଟି ପଂଚାୟତରୁ କୃଷକ ସଭା ନେତୃତ୍ୱରେ ପ୍ରାୟ ୩୦୦୦ ହଜାର ପରିବାର ପଟ୍ଟା ପାଇଁ ମହାକାଳପଡା ତହସିଲଦାରଙ୍କ ନିକଟରେ ଫର୍ମ ଆବେଦନ କରିଥିଲେବି ଏପର୍ଯ୍ୟନ୍ତ ଜମି ପଟାର ବୈଧିକରଣ ନହେବା ନବୀନ ସରକାର ସ୍ଥାନୀୟ ଜନଗଣଙ୍କ ପ୍ରତି ଚଂଚକତା କରିବା ସହିତ ପ୍ରତାରିତ କରିଛି । ଶ୍ରୀ ଧଳ ଦାବି କରିଛନ୍ତି ଯେ ପ୍ରଥମେ ଦଖଲ ଜମି ଓ କେ ଫର୍ମ ପଟ୍ଟାଧାରୀମାନଙ୍କୁ ନ୍ୟାର୍ଯ୍ୟ ପଟ୍ଟା ପ୍ରଦାନ କଲାପରେ ଶିଳ୍ପ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏ ସମ୍ପର୍କରେ ଓଡିଶା କୃଷକ ସଭାପକ୍ଷରୁ ସଂପୃକ୍ତ ଅଂଚଳର ସମସ୍ତ ଗାଁରେ ବୈଠକ କରି ଜନ ସଚେତନତା ସୃଷ୍ଠି କରିବା ସହିତ ବ୍ୟାପକ ଗଣ ଆନ୍ଦୋଳନ ପାଇଁ ଜିଲ୍ଲା କମିଟି ବୈଠକରେ ନିଷ୍ପତି ନିଆଯାଇଛ । ଏହାବାଦ୍ ସାରା ଜିଲ୍ଲାରୁ ଏ ବର୍ଷ ପାଇଁ ୧୦ ହଜାର ସଭ୍ୟ ସଂଗ୍ରହ ପାଇଁ ସ୍ଥିର ହୋଇଥିବା ବେଳେ ମୁଗ ଚାଷି ମାନଙ୍କୁ ସରକାରୀ ସହାୟତାର ପାତର ଅନ୍ତର ବିରୁଦ୍ଧରେ ବିଭିନ୍ନ ବ୍ଲକରେ ଆନ୍ଦୋଳନ ପାଇଁ ସ୍ଥିର ହୋଇଛି । ଏହି ବୈଠକରେ ଜିଲ୍ଲା ସମ୍ପାଦକ ବିଜୟ ଦାସ, ରାଜ୍ୟ କମିଟି ସଭ୍ୟ ମାନସ ବେହେରା, ବରିଷ୍ଠ ନେତା କାଳି ପ୍ରସାଦ ନାୟକ, ନରୋତମ ପାର୍ଥ ସାରଥି, ଗଙ୍ଗାଧର ମଲ୍ଲିକ, ରମେଶ ପ୍ରଧାନ, ଅଶିତ ମିର୍ଧ୍ୟା, ଯଶୋବନ୍ତ ଦାସ, ବିବେକା ନନ୍ଦ ବେହେରା, ଧିବର ବେହେରା, ଗୋପିନାଥ ବିଶ୍ୱାଳ ଓ ଦିଲିପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *