ଓସ୍ତପୁର ପଞ୍ଚାୟତରେ ମିଶନ ଶକ୍ତିର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତିର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଏହି ନୂତନ କାର୍ଯ୍ୟାଳୟକୁ ସରପଞ୍ଚ ପ୍ରସନ୍ନ ରାଉତ ଉଦ୍ଘାଟନ କରିଥିବା ବେଳେ ବ୍ଲକ ପ୍ରକଳ୍ପ ପରିଚାଳକ(ବିପିଏମ୍) ଓଡିଶା ଜୀବିକା ମିଶନ ଶକ୍ତି କେନ୍ଦ୍ରାପଡା ବ୍ଲକର ଆଦିତ୍ୟ ନାରାୟଣ ଲେଙ୍କା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏମ୍ବିକେ ରଶ୍ମିତା ରାଉତ ଓ ସମସ୍ତ ଗୋଷ୍ଠୀ ସହାୟିକା, କୃଷି ମିତ୍ର, ପ୍ରାଣୀ ମିତ୍ର, ଜୀବିକା ସହାୟକ ଉପସ୍ଥିତ ଥିଲେ । ମହାସଂଘ ସଭାନେତ୍ରୀ, ସମ୍ପାଦିକା ଓ ସମସ୍ତ କାର୍ଯ୍ୟକାରୀ ପରିଷଦର ସଭ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *