ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଧାତ୍ରା ପାଇଁ ପ୍ରସ୍ତୁତି ବୈଠକ

Spread the love

କେନ୍ଦ୍ରାପଡା :  କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଆଗାମୀ ରଥଧାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ଏସ୍‌ପି ସନ୍ଦିପ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର (ରାଜସ୍ୱ), ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ତହସିଲଦାର ଅଞ୍ଜଳୀ ତରାଇ, ପୈାରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସମେତ ଶ୍ରୀ ବଳଦେବଜୀଉ ଦେବୋତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ହିରଣ୍ୟ ପଣ୍ଡା, ଯଜାତି କେଶରୀ ମହାନ୍ତି, ଗଗନ ପତ୍ରୀ, ନୃସିଂହ ପ୍ରସାଦ ପତ୍ରୀଙ୍କ ସମେତ ସମସ୍ତ ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ରଥ ଗଠନ ସମେତ ରଥଯାତ୍ରା ଓ ବାହୁଡା ଯାତ୍ରା ନୀତି ନିର୍ଘଣ୍ଟ, ରାସ୍ତାଘାଟ ମରାମତି, ଅନବରତ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ଡ୍ରେନ ସଫା, ସ୍ୱାସ୍ଥ୍ୟସେବା, ଅଗ୍ନୀ ନିର୍ବାପକ ବ୍ୟବସ୍ଥା, ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରଦର୍ଶନୀ, ସୂଚନା କେନ୍ଦ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଲା, ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇ ଥିଲା । ଏହା ସହିତ ଗତ ବର୍ଷ ରଥ ଚାଳନାକୁ ନେଇ ଘଟିଥିବା ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହାର ପୁନରାବୃତି ନହେବା ପାଇଁ ଗୁରୁତ୍ୱାରୋପ କରାଯାଇ ଥିଲା । ରଥ ଚଳାଇଲା ବେଳେ କେବଳ ଡାହୁକ ଓ ସେବାୟତ ମାନଙ୍କ ନିର୍ଦ୍ଦେଶରେ ରଥ ଚଳାଇବା ପାଇଁ ନିଷ୍ପତି ନିଆଯାଇଛି । ଜୁନ ୨୦ ତାରିଖରେ ଶ୍ରୀଗୁଣ୍ଡିଚା ପଡୁ ଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ବୈଠକର ନିଷ୍ପତି କାର୍ଯ୍ୟକାରୀ ପାଇଁ ଗୁରୁତ୍ୱାରୋପ କରାଯାଇ ଥିଲା । 

Leave a Reply

Your email address will not be published. Required fields are marked *