ବାବା ଅମରେଶ୍ୱରଙ୍କ ପୀଠରେ ଶୀତଳ ଷଷ୍ଠୀ ଉପଲକ୍ଷେ ରୁଦ୍ର ଯଜ୍ଞ

Spread the love

କେନ୍ଦ୍ରାପଡ଼ା : ଜିଲ୍ଲାର ପ୍ରମୁଖ ସିଦ୍ଧ ଶୈବପୀଠ କେନ୍ଦ୍ରାପଡା ପୋରାଂଚଳର ଗୋପ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ବାବା ଅମରେଶ୍ୱରଙ୍କ ପୀଠରେ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉପଲକ୍ଷେ ରୁଦ୍ର ଯଜ୍ଞ ଶୂଭାରମ୍ଭ ହୋଇଯାଇଛି । ଦ୍ୱାଦଶ ବାର୍ଷିକୀ ତ୍ରିଦିବସୀୟ ଯଜ୍ଞାନୁଷ୍ଠାନର ପ୍ରଥମ ଦିବସରେ ୧୦୮ କଳସ ଶୋଭାଯାତ୍ରା, ସୂର୍ଯ୍ୟ, ଗୁରୁ ଓ ଗୋ-ପୂଜା ସହ ଶ୍ରୀଚଣ୍ଡୀ ପାଠ, ଗୀତା ପାଠ ଓ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଅମରେଶ୍ୱରଙ୍କ ବିବାହ ଯଜ୍ଞରେ କର୍ତା ଲକ୍ଷ୍ମଣ ନାୟକ ଓ କର୍ତ୍ରୀ ଅମ୍ବିକା ନାୟକ ଦାୟିତ୍ୱ ନିର୍ବାହ କରିଥିଲେ । ପଣ୍ଡିତ ଭ୍ରମରବର ନନ୍ଦ, ନରହରି ପତି, ଗଙ୍ଗାଧର ମିଶ୍ର, ରବିନ୍ଦ୍ର ପତି, ହରିହର ଶତପଥୀ, ଉମା ଶଙ୍କର ପତି, ପୂର୍ଣ୍ଣଚନ୍ଦ୍ର ପତି, ସୁଧାଂଶୁ ଶେଖର ପଣ୍ଡା, କୃଷ୍ଣଚନ୍ଦ୍ର ମିଶ୍ର, ଅନିଲ ରଞ୍ଜନ ପଣ୍ଡା ଓ କୁଞ୍ଜ ବିହାରୀ ଦାଶ, ଚିତ ରଞ୍ଜନ କର ପ୍ରମୁଖ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *