ଆପୋଷ ବୁଝାମଣାରେ ଭରଣ ପୋଷଣ ମାମଲା ସମାଧାନ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପରିବାର ଅଦାଲତରେ ଏକ ବିଚ୍ଛେଦ ମାମଲା କରିଥିବା ଦମ୍ପତିଙ୍କୁ ବୁଝାସୁଝା କରି ମାନ୍ୟବର ବିଚାରପତି ବିକାଶ ଚନ୍ଦ୍ର ଦେ ସ୍ୱାମୀ ସ୍ତ୍ରୀଙ୍କୁ ପୁନମିଳନ କରାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରୀ ଗ୍ରାମର ସୁଶାନ୍ତ କୁମାର ସାହୁ, ରାଜକନିକା ଥାନା ଅନ୍ତର୍ଗତ ଜୟକୁଣ୍ଡା ଗ୍ରାମର ରଞ୍ଜିତା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛିଦିନ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ରଞ୍ଜିତା ନିଜ ବାପଘରେ ରହିବା ସହ ପରିବାର ଅଦାଲତରେ ଭରଣ ପୋଷଣ ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର କରି ମାନ୍ୟବର ପରିବାର ଅଦାଲତ ବିଚାରପତି ଉଭୟଙ୍କୁ ବୁଝାସୁଝା କରି ପୁନର୍ମିଳନ କରାଇଥିବା ଜଣାପଡିଛି । ଏହି ମାମଲାଟିକୁ ଓକିଲ ବିଚିତ୍ର କୁମାର ସାହୁ ଓ ପିକେ ରାଉତ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *