ଅସହାୟ ପରିବାରକୁ ନୂତନ ଘର ଦେଲା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୂଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଅସହାୟ ଦରିଦ୍ର ପରିବାରକୁ ନୂତନ ଗୃହ ନିର୍ମାଣ କରି ଦିଆଯାଇ ଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଦିଘି ଗାଁ ବାସିନ୍ଦା ସୁଲୋଚନା ମଲିକ ଓ ତାଙ୍କ ଭିନ୍ନକ୍ଷମ କନ୍ୟା ସସ୍ମିତା ମଲିକ ଦୀର୍ଘଦିନ ହେଲା ବାସଗୃହ ନଥିବାରୁ ସ୍କୁଲ ପିଣ୍ଢା ଓ ଅନ୍ୟ ମାନଙ୍କ  ବାରଣ୍ଡାରେ ଆଶ୍ରୟ ନେଉଥିଲେ । ଘଟଣା ଜାଣିବା ପରେ  ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ନେତୃତ୍ୱରେ ରଶ୍ମିରଞ୍ଜନ ବାରିକ, ସୂର୍ଯ୍ୟକାନ୍ତ ପରିଡା, ଯୁବଜ୍ୟାତି ସ୍ୱାଇଁ, କେଦାର ସ୍ୱାଇଁ, ଆଶିଷ ନନ୍ଦ, ଜୟଦେବ ରାଉତ, ଅଜୟ ସେଠୀ, ଆଲୋକ ଚିନାରା, ଗୁଡୁ ବାରିକ ପ୍ରମୁଖ ଅସହାୟ ପରିବାର ନିକଟରେ ପହଁଚି ବିଭିନ୍ନ ସାମଗ୍ରୀ ସହ ୪୮ ଘଣ୍ଟା ମଧ୍ୟରେ ଏକ ଆଜବେଷ୍ଟ ଗୃହ ନିର୍ମାଣ କରି ମା ଝିଅଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟ ଗୃହ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *