ଶ୍ର୍ରୀ ଶ୍ରୀ ବଳଦେବଜୀୟୁଙ୍କ ଚନ୍ଦନଯାତ୍ରା ଶେଷ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ର୍ରୀ ଶ୍ରୀ ବଳଦେବଜୀୟୁଙ୍କର ୨୧ଦି ଧରି ଚାଲିଥିବା ଚନ୍ଦନଯାତ୍ରା ଶେଷ ହୋଇଛି । ଏହି ଚନ୍ଦନଯାତ୍ରା ଅକ୍ଷିତୃତୀୟା ଠାରୁ ଆରମ୍ଭ ହୋଇ ୨୧ ଦିନ ଶ୍ରୀଜୀୟୁ ଜଳକ୍ରୀଡା କରିବା ପାଇଁ ବାହାରକୁ ଯାଇଥାନ୍ତି । ମାଉସୀ ମା ମନ୍ଦିର ନିକଟସ୍ଥ ଚନ୍ଦନ ପୋଖରୀରେ ପ୍ରତିଦିନ ଅକ୍ଷିତୃତୀୟା ଠାରୁ ପ୍ରତିଦିନ ଚନ୍ଦନ ପୋଖରୀକୁ ଜଳ କ୍ରୀଡା କରିବାକୁ ଯାଇଥାନ୍ତି । ଗତକାଲି ଶେଷ ଜଳ କ୍ରୀଡା ଥିବାରୁ ସେବକ ଭକ୍ତମାନେ ଅପରାହ୍ନରେ ବିଜେ ପ୍ରତିମାକୁ ସୁସଜ୍ଜିତ ବିମାନ ଉପରେ ଶ୍ରୀଜୀଉଙ୍କୁ ବସାଇ ବିରାଟ ପଟୁଆରରେ ଘଂଟ ଘଂଟା, କିର୍ତନ କରି ଚନ୍ଦନ ପୋଖରୀକୁ ନେଇ ଯାଇଥିଲେ । ସେଠାରେ ୨ଟି ଡଙ୍ଗାକୁ ସୁସଜ୍ଜିତ କରାଯାଇ ରଖାଯାଇ ଥିବା ବିଜେ ପ୍ରତିମାକୁ ରଖି ପୋଖରୀର ଚର୍ତୁପାଶ୍ୱର୍ରେ ଭଉଁରୀ ଖେଳ ଦେଖିବାକୁ ମିଳିଥିଲା । ଏହି ଚନ୍ଦନଯାତ୍ରା ଦେଖିବାକୁ ଜାର ହଜାର ଭକ୍ତ ପୋଖରୀ ପାଖରେ ଉପସ୍ଥିତ ରହି ହରିବୋଲ ହୁଳହୁଳି ଦେଇଥିବା ଦେଖିବାକୁ ମିଳିଛି । ଲୋକମାନଙ୍କ ମନୋରଞ୍ଜନ ପାଇଁ ଏଣ୍ଡାମେଣ୍ଟ ତରଫରୁ କୁନି କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇ ଥିଲା । ଏହାକୁ ଦେଖିବା ପାଇଁ ଶତାଧିକ ଲୋକ ରୁଣ୍ଡ ହୋଇ ଦେଖୁଥିବାର ଲକ୍ଷ୍ୟ କରାଯାଇ ଥିଲା । ଶ୍ରୀଜୀଉ ୨୧ ଥର ଡଙ୍ଗାରେ ଜଳ କ୍ରୀଡା କରିଥିଲେ । ପୋଲିସ ପ୍ରଶାସନ ତରଫରୁ ବ୍ୟାବକ ସୁରକ୍ଷା ବନ୍ଦୋବସ୍ତ କରାଯାଇ ଥିଲା ।

Leave a Reply

Your email address will not be published. Required fields are marked *