ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଶାକର୍ମୀ ମାନଙ୍କ ଦାବିପତ୍ର ପ୍ରଦାନ

Spread the love

କେନ୍ଦ୍ରାପଡା : ନିଖିଳ ଓଡିଶା ଆଶା କର୍ମଚାରୀ ସଂଘ ଜିଲ୍ଲା କମିଟି ପକ୍ଷରୁ ଏକ ୧୪ ଦଫା ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଆଶାକର୍ମୀ ମାନଙ୍କର ପ୍ରାପ୍ୟ ପ୍ରତି ମାସର ପ୍ରଥମ ସପ୍ତାହରେ ପ୍ରଦାନ କରାଯିବା, ପେନଶନ ପ୍ରମୋଶ ପ୍ରଦାନ କରାଯିବା, ୫ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ, ସମସ୍ତ ଆଶା କର୍ମୀଙ୍କୁ ମୋବାଇଲ ସେଟ୍ ପ୍ରଦାନ କରିବା, ସହରାଂଚଳ ଓ ଗ୍ରାମାଂଚଳରେ ସମାନ କାମକୁ ସମାନ ଦରମା, ଏନ.ଏଚ.ଏମ୍ ର ସମସ୍ତ କର୍ମଚାରୀଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ କରାଯିବା ଆଦି ଦାବି ଗୁଡିକ ରହିଛି । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମିର୍ଜା ବାବର ବେଗଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ଏ.ଆଇ.ଟି.ୟୁସି ର ରମଣୀ ରଞ୍ଜନ ରାଉତରାୟ, ଜିଲ୍ଲା ଆଶାକର୍ମୀ ସଂପାଦକ କାନ୍ତିପ୍ରଭା ନାୟକଙ୍କ ସମେତ, ଭଗବତୀ ନାୟକ, ନନ୍ଦିନୀ ସ୍ୱାଇଁ, ଭଜହରି ପ୍ରଧାନ, ବାସନ୍ତି ସାହୁ, ହେମଲତା ସାହୁ, ମୀରା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *