ଭିନ୍ନକ୍ଷମ ପରିବାର ଘର ଆଗରେ ବାଡ, ଘରୁ ବାହାରି ପାରୁ ନାହାଁନ୍ତି ପରିବାର

Spread the love

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନ ନଗର ଦଳବାଡ ଗ୍ରାମର ଭିନ୍ନକ୍ଷମ ମାନସ କୁମାର ଦାସଙ୍କ ପତ୍ନୀ ସରସ୍ୱତୀ ଦାସ ଭୂମିହୀନ ଏକ ସରକାରୀ ଜାଗାରେ ଦୀର୍ଘ ବର୍ଷ ହେଲା ଛୋଟ ପିଲାଙ୍କୁ ନେଇ ରହି ଆସୁଛନ୍ତି । ସେହି ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜୋର ଜବରଦସ୍ତ ଏହି ପରିବାର ଘର ଆଗରେ ବାଡ ବୁଲାଇବା ସହିତ ଘର ଆଗରେ ଇଟା ଗଦା କରିଥିବାରୁ ଏହି ଭିନ୍ନକ୍ଷମ ପରିବାର ନିଜ ଘରୁ ବାହାରି ପାରୁ ନାହାଁନ୍ତି । ଅଭିଯୋଗ କଲେ ସେମାନଙ୍କୁ ମାଡ ମାରିବା ସହିତ ଜାଗା ଓ ଘର ଛାଡି ଚାଲିଯିବା ପାଇଁ ଧମକ ଦିଆଯାଉଛି । ଭିନ୍ନକ୍ଷମ ମାନସ ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ କୈାଣସି ପଦକ୍ଷେପ ନନେବାରୁ ଅସହାୟ ପରିବାର ଭୟରେ ଘରକୁ ଯାଉନଥିବା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ନିକଟରେ ଅଭିଯୋଗ କରିବା ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । 

Leave a Reply

Your email address will not be published. Required fields are marked *