ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କ ପାଇଁ ବସିବାକୁ ନାହିଁ ଜାଗା

Spread the love

କେନ୍ଦ୍ରାପଡ଼ା : ଜିଲ୍ଲା କାର୍ଯ୍ୟାଳୟ କୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଜନ ସାଧାରଣ ଅଧିକାରୀଙ୍କୁ ଦେଖା କରିବା ପାଇଁ ବହୁ ସମୟ ଧରି ଅପେକ୍ଷା କରି ରହୁଥିବା ବେଳେ ସେମାନଙ୍କ ପାଇଁ କୈାଣସି ବସିବା ସୁବିଧା ନଥିବା ଦେଖିବାକୁ ମିଳୁଛି । ଜିଲ୍ଲା କାର୍ଯ୍ୟାଳୟକୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ପ୍ରଭୃତି ପଦସ୍ଥ ଅଧିକାରୀଙ୍କ ନିକଟକୁ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦୈନିକ ଶହ ଶହ ନାଗରିକ ଆସିଥାନ୍ତି । ତେବେ ଏହି ନାଗରିକ ମାନେ ବାରଣ୍ଡାରେ ବହୁ ସମୟ ଅପେକ୍ଷା କରି ରହୁଥିବା ବେଳେ କେତେକ ବୟସ୍କ ବ୍ୟକ୍ତି ବାରଣ୍ଡାରେ ତଳେ ବସୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଜିଲ୍ଲା କାର୍ଯ୍ୟାଳୟ ବାରଣ୍ଡାରେ ପଡିଥିବା ଷ୍ଟିଲ ଚେୟାର ଗୁଡିକ କରୋନା ସମୟରେ ହଟାଇ ଦିଆଯାଇ ଥିବା ବେଳେ ପୁନର୍ବାର ଆଉ ସ୍ଥାପନ କରାଯାଇ ନାହିଁ । ଅଭିଯୋଗକାରୀମାନଙ୍କ ପାଇଁ ବସିବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣ ଦାବି ହେଉଛି ।

Leave a Reply

Your email address will not be published. Required fields are marked *