ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ବୈଷୟିକ ଶିକ୍ଷା ଓ ତାଲିମ କର୍ମଶାଳା

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ବୈଷୟିକ ଶିକ୍ଷା ଓ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀକାନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସାହା ମୁଖ୍ୟ ଅତିଥି ଭାବରେ ଯୋଗ ଦେେଇ ବୈଷୟିକ ଶିକ୍ଷାର ଗୁରୁତ୍ୱ ଏବଂ ସୁଦକ୍ଷ ଯୋଜନା ବିଷୟରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ପଲିଟେକନିକ ଅନୁଷ୍ଠାନର ଅଧ୍ୟକ୍ଷ ଡିପ୍ଲୋମା ଆଡମିଶନର ସମସ୍ତ ସୂଚନା ପ୍ରଦାନ କରିଥିଲେ । କିପରି କେନ୍ଦ୍ରାପଡାରେ ୩୩ ପ୍ରତିଶତ ବାଳିକା ମାନେ ଆଡମିଶନ କରିବେ ସେହି ବିଷୟରେ ଆଲୋଚନା କରାଯାଇ ଥିଲା । ଏଥିରେ ସ୍କୁଲର ଇଚ୍ଛୁକ ଛାତ୍ରଛାତ୍ରୀ ମାନେ ୩ ଗୋଟି ନୋଡାଲ ସ୍କୁଲରେ ସାମସ୍ ପ୍ରୋଟାଲରେ ଆସନ୍ତା ଜୁନ ୬ ରୁ ୮ ତାରିଖରେ ସହକାରୀ ପଲିଟେକନିକ ରେ ଆଡମିଶନ ହେବାର ଆଗରୁ ସ୍ଥିର କରାଯାଇ ଅଛି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସାହା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *