ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ସଦର ମହକୁମାର ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ଗାଦି ମାଡ଼ିବସିଛନ୍ତି କେତେକ ଅସାଧୁ ସରକାରୀ କର୍ମଚାରୀ କ୍ଷ ଫଳରେ ସରକାରୀ କାର୍ଯ୍ୟାଳୟରେ ସ୍ୱଛତା ରହୁ ଥିବା ଅଭିଯୋଗ ହେଉଛି । ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେଇ ବ୍ଲକ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ, ସବରେଜିଷ୍ଟାର, ଟ୍ରେଜେରି, ଉଠା ଜଳ ସେଚନ ବିଭାଗ, ଶିକ୍ଷା ଅଧିକାରୀ, ଥାନା, ଡାକ୍ତରଖାନା ତଥା ଅନ୍ୟ ସମସ୍ତ ବିଭାଗରେ ଜଣେ ଜଣେ ଅଧିକାରୀ ଓ କର୍ମଚାରି ଦୀର୍ଘ ଦିନ ହେବ ଚୌକି ନ ଛାଡି ଗାଦି ମାଡି ବସିଛନ୍ତି । ସୂଚନା ଅନୁଯାୟୀ, ସରକାରୀ ନୀତିନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀ ହୁଅନ୍ତୁ ଅବା ଉଚ୍ଚପଦସ୍ଥ ଅଧିକାରୀ ଗୋଟିଏ ଗୋଟିଏ କାର୍ଯ୍ୟାଳୟରେ ତିନିବର୍ଷରୁ ଅଧିକ ରହି ପାରିବାର ନିୟମ ନଥିବାବେଳେ ଚମ୍ପୁଆ ସଦର ମହକୁମାରେ ଥିବା ବହୁ କାର୍ଯ୍ୟାଳୟରେ ଜଣେ ଜଣେ ଅଧିକାରୀ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି ତିନିବର୍ଷରୁ ବହୁତ ଅଧିକ ଦିନ ପର୍ଯ୍ୟନ୍ତ ଗାଦି ମାଡିବସି କାର୍ଯ୍ୟ କରୁଛନ୍ତି । କିଛି ବଦଳି ପରେ ମଧ୍ୟ ଯିବାପାଇଁ କୁନ୍ଧୁୁ କୁନ୍ଧୁ ହୋଇପଡି ରହିଥିବାବେଳେ ଆଉ କିଛି ଉପରିସ୍ଥ ଅଧିକାରୀଙ୍କୁ ହାତ କରି କାର୍ଯ୍ୟ କରୁଥିବା ସ୍ଥାନକୁ ହିଁ ବଦଳି କରାଇ ଅବା ଡେପୁଟେସନରେ ଅବସ୍ଥାପିତ ହୋଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ତେଣୁ ଏହା ପଛରେ ବ୍ୟାପକ ଅର୍ଥ କାରବାର ହେଉଥିବା ଅନୁମାନ କରାଯାଉଛି । ଯାହାରୀ ପାଇଁ ଚମ୍ପୁଆ ସଦର ମହକୁମାରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଇ ଚରମ ସୀମାରେ ପହଂଚି ସାରିଛି । ଏ ଭଳି ଘଟଣାକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ହେଁ ତାହାର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ । ଯାହାର ସୁଯୋଗ ନେଇ ପିସି କାରବାର ସୀମା ଟପି ସାରିଥିବାବେଳେ ମୁନାଫା ଖୋର ଅସାଧୁ ଅଧିକାରୀମାନେ ପକେଟ ଗରମ କରି ମାଲେମାଲ ହେଉଛନ୍ତି । ଫଳରେ ସାଧାରଣ ଜନତା ଶୋଷଣର ଶିକାର ହେଉଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରେ ସ୍ୱଛତା ଆଣିବା ପାଇଁ ପିସି କାରବାର ବନ୍ଦ କରିବାର ଆହ୍ୱାନ ଦେଇ ୫ଟି ଯୋଜନା ଲାଗୁ କରିଥିଲେହେଁ ଏହାର ଖୋଲାଖୋଲି ଉଲଂଘନ କରାଯାଉ ଥିବାରୁ ସ୍ଥାନୀୟ ବୁଦ୍ଧିଜୀବିଙ୍କୁ ଚିନ୍ତାରେ ପକାଇଛି । ଏଣୁ ଏଥିପ୍ରତି ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now