ଚମ୍ପୁଆରେ ପୁଣି ହାତୀ ଉପଦ୍ରଵ : ୨ ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ

Spread the love

ଚମ୍ପୁଆ : ଚମ୍ପୁଆ ବ୍ଲକ ଅନ୍ତର୍ଗତ ଶସାଙ୍ଗ ଗ୍ରାମରେ ଗତ ରାତିରେ ହାତୀ ପଲ ଦୁଇଟି ଘର ଭାଙ୍ଗି ଧାନ, ଚାଉଳ ଖାଇ ଦେଇଥିବା ଜଣା ପଡିଛି l ସୂଚନା ଅନୁଯାୟୀ ଗତ ରାତିରେ ମୟୁରଭଞ୍ଜ ପଟୁ ବୈତରଣୀ ଡେଇଁ ଚମ୍ପୁଆ ରେଞ୍ଜର ସରେଇ ଗ୍ରାମରେ ପ୍ରବେଶ କରିଥିବା ୧୪ ଟିକିଆ ହାତୀ ପଲ ସରେଇରୁ କାଳିକା ପ୍ରସାଦ ଜଙ୍ଗଲକୁ ଯିବା ରାସ୍ତାରେ ଶଶାଙ୍ଗ ଗ୍ରାମରେ ପଶି ୨ ଟି ଘର ଭାଙ୍ଗି ଧାନ, ଚାଉଳ ଖାଇ ଯାଇଛନ୍ତି l ଗାଁ ମୁଣ୍ଡରେ ଘର କରିଥିବା ବାହାଦୁଲା ବେଣ୍ଟକାର ଓ କାର୍ତ୍ତିକା ବେଣ୍ଟକାର ର ଘର କାନ୍ଥ ଭାଙ୍ଗି ଧାନ, ଚାଉଳ ଖାଇ ଯାଇଛନ୍ତି l ହାତୀ ଆସିବାର ଖବର ପାଇ ଘର ଲୋକ ଅନ୍ୟତ୍ର ଚାଲି ଯାଇଥିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ତେବେ ଗ୍ରାମବାସୀଙ୍କ ସହିତ ବନ ବିଭାଗ କର୍ମଚାରୀ ହାତୀ ପଲଙ୍କୁ ଘଉଡ଼ାଇ ବାରେ ସଫଳ ହୋଇ ଥିବାବେଳେ ହାତୀ ପଲ କାଳିକା ପ୍ରସାଦ ଜଙ୍ଗଲରେ ଡେରା ପକାଇଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *