ପରିତ୍ୟକ୍ତ କୂଅରେ ପଡ଼ିଥିବା ହାତୀ ଉଦ୍ଧାର

ଚମ୍ପୁଆ : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଟୁଣଟୁଣା ବୈତରଣୀ ନଦୀ ପୋଲ ନିକଟରୁ ଟୁଣୁଟୁଣା ଗ୍ରାମକୁ ଯାଇଥିବା ରାସ୍ତା କଡରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରକୁ ଖସିପଡ଼ିଥିବା ମାଈହାତୀ ଉଦ୍ଧାର ହୋଇଛି । ବନ ବିଭାଗର ଉଦ୍ୟମ ପରେ କୂଅ ଭିତରୁ ହାତୀକୁ ଉଦ୍ଧାର କରାଯାଇଛି । ହାତୀଟି ଉଦ୍ଧାର ହେବା ପରେ ପାଖ ଜଙ୍ଗଲକୁ ଚାଲିଯାଇଥିବା ଚମ୍ପୁଆ ବନପାଳ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି । ତେବେ ହାତୀଟି ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତ ରାତିରେ ୨୪ ଟିକିଆ ହାତୀପଲ କାଳିକାପ୍ରାସାଦ ସଂରକ୍ଷିତ ଜଙ୍ଗଲରୁ ପତଳା ଦେଇ ଟୁଣଟୁଣା ଅଂଚଳକୁ ପ୍ରବେଶ କରିଥିଲେ । ଏହି ୨୪ ଟିକିଆ ହାତୀପଲରେ ୯ଟି ଦନ୍ତା, ୬ଟି ମାଈ ଓ ୯ଟି ଛୁଆ ହାତୀ ରହିଛନ୍ତି । ତେବେ ଗତ ରାତି ପ୍ରାୟ ତିନିଟା ସମୟରେ ହାତୀପଲ ଟୁଣଟୁଣା ଗାଁ ବୈତରଣୀ ନଦୀ କୂଳ ଦେଇ ନିକଟସ୍ଥ ଏକ ଆମ୍ବ ବଗିଚାକୁ ଯାଉଥିଲା ବେଳେ ସେମାନଙ୍କ ମଧ୍ୟରୁ ଏକ ମଧ୍ୟ ବୟସ୍କା ମାଈ ହାତୀ ୧୦ ଫୁଟ ଗଭୀର ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା । ତେବେ ହାତୀପଲ ତା\’\’କୁ ସେହିଭଳି ଅବସ୍ଥାରେ ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ । ଏନେଇ ବନ ବିଭାଗର ନାଇଟ୍ ପାଟ୍ରୋଲିଂ ଦଳ ଭୋର ୫ଟା ୩୦ ରେ ସୂଚନା ପାଇଥିଲେ । ଖବର ପାଇ ବନପାଳ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀ ସେଠାରେ ପହଂଚି କେନ୍ଦୁଝର ଡ଼ିଏଫଓ ଧନରାଜ ହନୁମନ୍ତଙ୍କ ନିର୍ଦେଶ କ୍ରମେ ଜେସିବି ଦ୍ୱାରା କୂଅର ଗୋଟିଏ ପାର୍ଶ୍ୱରେ ଖୋଳିବା ପରେ ସକାଳ ୬ଟା ୪୫ ରେ ହାତୀଟି ସଫଳତାର ସହିତ ଉଦ୍ଧାର ହୋଇଥିଲା । ହାତୀଟି ଉଦ୍ଧାର ହେବା ପରେ ସୁରକ୍ଷିତ ଭାବରେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *