କେନ୍ଦୁଝର ମିଳିତ ଅମଲା ମଞ୍ଚ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କଲା

Spread the love

କେନ୍ଦୁଝର : ଓଡିଶା ସଚିବାଳୟ ଠାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ଓଡିଶା ମିଳିତ ଅମଲା ମଞ୍ଚ ପ୍ରତିନିଧି ଙ୍କ ସହ ବୁଧବାର ଦିନ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରିଥିବା ସରକାରଙ୍କ ପ୍ରେସ ବିବୃତିରୁ ଜଣା ପଡିପାରି ନଥିବା କେନ୍ଦୁଝର ଜିଲ୍ଲା ମିଳିତ ଅମଲା ମଞ୍ଚ ସୂଚନା ଦେଇଛି । ଏ ସଂପର୍କରେ କେନ୍ଦୁଝର ଜିଲ୍ଲାର ଧାରଣାରତ ସମସ୍ତ ଆମଲା ମାନଙ୍କ ମତାମତକୁ ନିଆଯିବା ପରେ ଦାବୀ ପୁରଣ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ନିଷ୍ପତି ନିଆ ଯାଇଥିବା ମିଳିତ ଅମଲା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏବଂ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଏହି ନିଷ୍ପତି ସଂପର୍କରେ ରାଜ୍ୟ ନେତୃବୃନ୍ଦଙ୍କୁ ଜଣାଇ ଦିଆଯାଇଥିବା କୁହାଯାଇଛି । ମିଳିତ ମଞ୍ଚ ପକ୍ଷରୁ ମଧ୍ୟ ଏ ସଂପର୍କରେ ଜନସାଧାରଣଙ୍କୁ ଅପିଲ କରାଯାଇ କୁହାଯାଇଛି ଯେ ଏହି ଆନ୍ଦୋଳନ ଦ୍ୱାରା ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପାଇିଂ ସେମାନଙ୍କୁ ଦୋଷ ନଦେଇ ସେମାନଙ୍କର ଦାବୀ ପୁରଣ ପାଇିଁ ସରକାରଙ୍କ ଉପରେ ଚାପ ପକାନ୍ତୁ ।

Leave a Reply

Your email address will not be published. Required fields are marked *