ବାଇକ ଡ଼ିକି ଭାଙ୍ଗି ଏକଲକ୍ଷ ଟଙ୍କା ଲୁଟ : ପୋଲିସର ତଦନ୍ତ ଜାରି

Spread the love

ଚମ୍ପୁଆ : ଚମ୍ପୁଆରେ ଆଜି ଦିନ ଦ୍ୱିପ୍ରହରେ ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର କରଞ୍ଜିଆ ଗ୍ରାମର ସୌଭାଗ୍ୟ ଚୌଧୁରୀ ଆଜି ଟାଙ୍ଗରବନ୍ତଳା ଗ୍ରାମର ମାର୍କଣ୍ଡ ନାଏକଙ୍କ ହିରୋ ଗ୍ଲାମୋର ବାଇକ ନଂ( ଙଊ୦୯ ଣ୧୯୧୮) ରେ ଚମ୍ପୁଆ ଆସିଥିଲେ । ଦିନ ପ୍ରାୟ ଏକ ଘଟିକା ସମୟରେ ଚମ୍ପୁଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ନିଜ ଜମା ଖାତାରୁ ଏକଲକ୍ଷ ଟଙ୍କା ଉଠାଇ ବାଇକ ଡିକିରେ ରଖି ଚମ୍ପୁଆ ଲ୍ୟାମ୍ପ୍ସ କାର୍ଯ୍ୟାଳୟକୁ ଯାଇଥିଲେ । କିଛି ସମୟ ପରେ ଲ୍ୟାମ୍ପ୍ସ କାର୍ଯ୍ୟାଳୟ ରୁ ଫେରି ଗାଡ଼ିର ଡିକି ଭଙ୍ଗା ଯାଇଥିବା ସହ ଟଙ୍କା ନ ଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଏ ନେଇ ସେ ଚମ୍ପୁଆ ଥାନା ରେ ଅଭିଯୋଗ କରିଥିଲେ । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ବ୍ୟାଙ୍କ ର ସିସିଟିଭି ଫୁଟେଜ କୁ ଅନୁଶୀଳନ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିବା ସହ ଜନୈକ ଲ୍ୟାମ୍ପ୍ସ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *