ଚମ୍ପୁଆ : ଚମ୍ପୁଆ ସଦର ମହକୁମାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଏକ ଜନ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧି ନୀତିଗୁଡ଼ିକୁ ବିରୋଧ କରି ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲା ସିପିଆଇ ସହ ସମ୍ପାଦକ ବିଦ୍ୟାଧର ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ ଯୋଗ ଦେଇଥିଲେ । ବାର୍ଦ୍ଧକ୍ୟ ଭତା ୩୦୦୦ ଟଙ୍କାକୁ ବୃଦ୍ଧି, ଚମ୍ପୁଆ ଡାକ୍ତରଖାନା ରେ ଡାକ୍ତର ନିଯୁକ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି, ଦଖଲ ଜମି ର ଜମି ପଟ୍ଟା ପ୍ରଦାନ, ଗରିବମାନଙ୍କୁ ୨୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଣ, କୃଷି ଋଣ ଛାଡ, ଚମ୍ପୁଆ ସଦର ମହକୁମାରେ ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା, ଚମ୍ପୁଆ ରେ ବାଇପାସ୍ ନିର୍ମାଣ , ଦରଦାମ ବୃଦ୍ଧିରେ ଅଙ୍କୁଶ ଲଗାଇବା, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଆଦି ଦାବୀ ନେଇ ଚମ୍ପୁଆ ବ୍ଲକ୍ ରୁ ପାର୍ଟି ତରଫରୁ ଏକ ଶୋଭାଯାତ୍ରା ଆରମ୍ଭ ହୋଇ ଚମ୍ପୁଆ ବଜାର ପରିକ୍ରମା କରିବା ପରେ ଗାନ୍ଧୀ ଛକ ଠାରେ ଦଳର ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଷଦଗାର କରିଥିଲେ । ଏହି କାର୍ଯ୍ୟକ୍ରମରେ ପାର୍ଟିର ଶତାଧିକ କର୍ମୀ ଯୋଗ ଦେଇଥିବାବେଳେ ଅର୍ଜୁନ ମହାନ୍ତ, କପିଲ ମହାନ୍ତି, ଗିରିଶ ନାଏକ, ନରେଶ ମହାନ୍ତ, ଦେବରାଜ ମହାନ୍ତ, ବାଗିରାଜ ଚାତାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now