ବିଶ୍ଵର ସର୍ବ ବୃହତ ରଥ ପାଇଁ ପହଞ୍ଚିଲା ଶିଆଡି ଲଟାରେ ନିର୍ମିତ ଦଉଡି: ନିଆରା ପରମ୍ପରା

Spread the love

କେନ୍ଦୁଝର : କେନ୍ଦୁଝରରେ ଶିଆଡି ଲଟାରେ ନିର୍ମିତ ଦଉଡି, ପ୍ରସ୍ତୁତ ହୋଇ ରଥ ଦାଣ୍ଡରେ ପହଞ୍ଚି ଯାଇଛି । ରଥ ଯାତ୍ରା ଦିନ ଏହି ଦଉଡିରେ ଟଣା ଯିବ କେନ୍ଦୁଝର ରଥ ଦାଣ୍ଡରେ ଠିଆ ହୋଇଥିବା ବିଶ୍ଵର ସର୍ବ ବୃହତ ନନ୍ଦିଘୋଷ ରଥ । କେନ୍ଦୁଝରରେ ରାଜା ରାଜୋଡା ସମୟରୁ ଚଳି ଆସିଥିବା ଏହି ନିଆରା ପରମ୍ପରାନୁଶାରେ, ଭୁୟାଁ ସଂପ୍ରଦାୟଙ୍କ ଦ୍ଵାରା ନିର୍ମିତ ଶିଆଡି ଲଟାରେ ପ୍ରସ୍ତୁତ ଦଉଡିରେ ରଥ ଟଣା ହୋଇଥାଏ । ରଥ ଯାତ୍ରା ପାଇଁ ଆଉ ମାତ୍ର ପାଚଂ ଦିନ ରହିଥିବା ବେଳେ ବୁଧବାର ଦିନି ଚାରି ପିଢିର ଭୁୟାଁ ସର୍ଦ୍ଦାର କୁଞ୍ଜ ଦେହୁରୀଙ୍କ ନେତୃତ୍ଵରେ ଭୁୟାଁମାନେ ତିନି ଠାକୁରଙ୍କ ପାଇଁ ଶିଆଡି ଲଟାରେ ନିର୍ମିତ ତିନୋଟି ଦଉଡି ଆଣି ରଥ ନିକଟରେ ପହଂଚାଇଛନ୍ତି ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଦଅଁଳା ଗ୍ରାମର ଭୁୟାଁମାନେ ତତ୍କାଳୀନ ରାଜଙ୍କ ନିର୍ଦ୍ଦେଶରେ ଏହି ରଥ ଦଉଡି ପ୍ରସ୍ତୁତିର ଦାୟିତ୍ଵ ନେଇ ଆସିଛନ୍ତି । ଯେଉଁ ରଥ ଦଉଡି ନିର୍ମାଣରେ ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଆଗ୍ରହର ସହ ସ୍ଵଇଛାରେ ସାମିଲ୍ ହୋଇଥାନ୍ତି । ଯାହା ସେମାନଙ୍କର ଠାକୁରଙ୍କ ପ୍ରତି ରହିଥିବା ଅଗାଢ ଭକ୍ତି ଭାବକୁ ହିଁ ପ୍ରଦର୍ଶିତ କରିଥାଏ । କେନ୍ଦୁଝରରେ ରଥ ଯାତ୍ରା ଆରମ୍ଭ ହେବା ଦିନ ଠାରୁ ହିଁ ଏହି ପରମ୍ପରା ଚଳି ଆସୁଅଛି । ଏହି ରଥ ଦଉଡିର ଲମ୍ବ ୧୪୦ ହାତ ଥିବା ବେଳେ ମୋଟାଇ ୬ ଇଂଚ ରହିଥାଏ ବୋଲି ଦଉଡି ପ୍ରସ୍ତୁତ କରୁଥିବା ଭୁୟାଁ ମାନେ ପ୍ରକାଶ କରିଛନ୍ତି । ରଥ ଯାତ୍ରା ପାଇଁ ଦଉଡି ବୋହି ଆଣି ଥିବା ଭୁୟାଁମାନେ ନୂଆ ବସ୍ତ୍ର ପରିଧାନ କରିବା ସହ ଖାଲି ପାଦରେ ଦଉଡିକୁ କାନ୍ଧରେ ବୋହି ଧରି ଆସିଥିଲେ । ଏବଂ ଦଉଡିକୁ ରଥ ପାଖରେ ପହଂଚାଇବା ପରେ ରଥ ଓ ଠାକୁରଙ୍କୁ ଦର୍ଶନ ସାରି ଫେରି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *