୩୫ ଲିଟର ଦେଶୀ ମଦ ସହ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଅବକାରୀ ବିଭାଗ

Spread the love

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଜାମୁଦା ଗ୍ରାମରେ ଶାସକ ଦଳର ଛତ୍ରଛାୟାରେ ରହି ଦୀର୍ଘ ଦିନ ଧରି ଚୋରା ମଦ ଭାଟି ଚଳାଇ ଆସୁଥିଲେ ଧୋରଡ଼ିଆମ୍ବ ପଂଚାୟତର ପୂର୍ବତନ ସରପଞ୍ଚ । ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କାହାରିକୁ ଖାତିର ନକରି ବେଧଡ଼କ ଭାବେ ନିଜ ଘରେ ଚଳାଇଥିଲେ ବେଆଇନ ମଦ କାରବାର । ଶେଷରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ଚୋରା ମହୁଲି ମଦ ସହ ପୂର୍ବତନ ସରପଂଚ ରାଜେଶ ଗାଗରାଇ ଓ ତାଙ୍କ ସାନଭାଇ ଯୁଧିଷ୍ଠିର ଗାଗରାଇଙ୍କୁ ଗିରଫ କରିଛି । ଏହାସହ ସେହି ଗ୍ରାମର ଜୁରା ମୁଣ୍ଡା ଓ କାଳିଆଦୁମା ଗ୍ରାମର ସୁନିଆ ମୁଣ୍ଡାଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରିଛି ଅବକାରୀ ବିଭାଗ । ଦୀର୍ଘଦିନ ଧରି ଏମାନେ ବେଧଡ଼କ ଭାବେ ଗ୍ରାମରେ ଦେଶୀ ଚୋରାମଦ କାରବାର ଚଳାଇ ଆସୁଥିଲେ । ଗ୍ରାମବାସୀମାନେ ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ଆନନ୍ଦପୁର ଅବକାରୀ ଥାନା ଅଧିକାରୀ ପ୍ରଫୁଲ୍ଲ ମହାନ୍ତଙ୍କ ନେତୃତ୍ୱରେ ଘଟଗାଁ ଅବକାରୀ ବିଭାଗ ଗ୍ରାମରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୫ ଲିଟର ଦେଶୀ ମଦ ଜବତ କରିଛି । ଅବକାରୀ ବିଭାଗ ଗିରଫ ହୋଇଥିବା ୪ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *