ହାତୀ ଆକ୍ରମଣରେ ଯୁବକ ଗୁରୁତର

Spread the love

ଚମ୍ପୁଆ : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ସରେଇ- ଟୁଣଟୁଣା ଜଙ୍ଗଲ ରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଯୁବକ ଜଣଙ୍କ ହେଲେ କାଳିକାପ୍ରସାଦ ପଂଚାୟତ କୃଷ୍ଣପୁର ଗ୍ରାମର କ୍ଷୀରୋଦ ମହାନ୍ତଫ ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜରେ ଗତ ଏକ ସପ୍ତାହ ଧରି ଡେରା ପକାଇଥିବା ୨୪ ଟିକିଆ ହାତୀ ଦଳରୁ ଅଲଗା ହୋଇ ମୟୂରଭଞ୍ଜ କେଶରିକୁଣ୍ଡ ରବର ପ୍ଲାଂଟରେ ଡେରା ପକାଇଥିବା ୧୭ ଟିକିଆ ହାତୀ ପଲ ଆଜି ବୈତରଣୀ ନଦୀ ପାର ହୋଇ ସରେଇ – ଟୁଣଟୁଣା ସୀମାରେ ଥିବା ଶାଳ ଜଙ୍ଗଲରେ ଦିନ ବେଳେ ଡେରା ପକାଇଥିଲେ । ତେବେ ଆଜି ଅପରାହ୍ନ ପ୍ରାୟ ୫.୩୦ ମିନିଟ୍ ସମୟରେ ହାତୀ ଦେଖିବାକୁ ଯାଇଥିବା କୃଷ୍ଣପୁର ଗ୍ରାମର କ୍ଷୀରୋଦ ମହାନ୍ତ ଜଙ୍ଗଲ ଭିତରକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ କ୍ଷୀରୋଦଙ୍କୁ ଶୁଣ୍ଢରେ ଉଠାଇ ଫୋଫାଡି ଦେଇଥିଲା । ଘଟଣା ସ୍ଥଳରେ ଥିବା ବନ ବିଭାଗ କର୍ମଚାରୀମାନେ ଆହତ କ୍ଷୀରୋଦଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *