ଗୁଳି ମାଡ଼ରେ ସୋମନାଥ ଭୁଜବଳ ଓରଫ ପାକୁ ଗୁରୁତର, ପୋଲିସର ଛାନବିନ

Spread the love

ଖୋର୍ଦ୍ଧା : ପୂର୍ବ ଶତ୍ରୁତାକୁ କେନ୍ଦ୍ର ଗତକାଲି ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗା ହାଟ ଛକ ନିକଟରେ ଜଣକୁ ଗୁଳିମାଡ଼ ହୋଇଛି।ଗୁଳି ମାଡ଼ରେ ଶାଗୁଆନ ବଗିଚା ଅଞ୍ଚଳର ସୋମନାଥ ଭୁଜବଳ ଓରଫ ପାକୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ମୁତାବକ ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ସମୟରେ

ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ରେ ଦୁଇ ଅଜଣା ଦୁଇ ଦୁର୍ବୃତ୍ତ ଆସି ସୋମନାଥଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଆକ୍ରମଣକାରୀମାନେ ସୋମନାଥ ଓରଫ୍ ପାକୁଙ୍କ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପେଟ ଓ ଅଣ୍ଟାରେ ୨ଟି ଗୁଳି ମାଡ଼ ହୋଇଛି।ଏପରିକି ପାକୁର ହାତରେ ୨ଟି ଗୁଳି ବାଜିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୁଳିକାଣ୍ଡରୁ ବର୍ତ୍ତିବା ପାଇଁ ସୋମନାଥ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିବା ବେଳେ ସୋମନାଥଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ସୋମନାଥଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେ କିଛି ଦିନ ତଳେ ଜେଲରୁ ଫେରିଥିଲେ।ଖବର ପାଇ ଖୋର୍ଦ୍ଧା ଏସ.ପି. ଓ ଟାଉନ ଥାନା ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଆଧାର କରି ଛାନ୍ ବିନ୍ ଆରମ୍ଭ କରିଥିବା ବେଳେ ଗୁଳିକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଖୋର୍ଦ୍ଧା ଏସ.ପି. ସୂଚନା ଦେଇଛନ୍ତି।ପ୍ରକାଶ ଥାଉକି ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର କାରବାର ଭଳି ଅନେକ ଅପରାଧିକ କାର୍ଯ୍ୟ କଳାପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅପରାଧୀ ମାନେ ପୁଲିସକୁ ଚାଲେଞ୍ଜ ଦେଇ ଖୁଲମ ଖୁଲା ଗୋଟିଏ ପରେ ଗୋଟିଏ କରି ଅପରାଧିକ ମାମଲା ଚଳାଇଛନ୍ତି ।ଏବେ କିଛି ଦିନ ତଳେ ବ୍ରାଉନସୁଗାର କାରବାରକୁ ନେଇ ପାନବରଜ ଅଞ୍ଚଳରେ ଯୁବକଙ୍କୁ ସନ୍ଧ୍ୟା ସମୟରେ ଗୁଳି ମାଡ଼ ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି।ହିନ୍ଦୁସ୍ଥାନ ସମାଚାର ରାକେଶ

Leave a Reply

Your email address will not be published. Required fields are marked *