ନିଆରା ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହେଲେ ବିପିନ ଓ ମୋହିନୀ, ଡ. ଆମ୍ବେଦକର, ଗୌତମ୍ ବୁଦ୍ଧ ଏବଂ ସମ୍ବିଧାନକୁ ସାଖିରଖି ନିଆରା ଢଙ୍ଗରେ ବିବାହ।

Spread the love

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ପାନ୍ଥିକା ଠାରେ ରବିବାର ଏକ ନିଆରା ଢଙ୍ଗରେ ବିବାହ ଅନୁଷ୍ଠିତ ହୋଇଛି।ଏହି ଉତ୍ସବରେ ବିନା ଯୌତକରେ ବିବାହ ସମ୍ପନ୍ନ ହୋଇଛି।ତେବେ

ବିଶ୍ଵରତ୍ନ ଡା ଆମ୍ବେଦକର, ଗୌତମ୍ ବୁଦ୍ଧ ଏବଂ ସମ୍ବିଧାନକୁ ସାଖିରଖି ଗୋଳବାଇ ଗ୍ରାମର ବିପିନ୍ ନାୟକ ସାମନ୍ତରାପୁର ଗ୍ରାମର ମୋହିନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଏହି ନିଆରା ବିବାହକୁ ଭୀମ ଆର୍ମି ଭାରତ ଏକତା ମିଶନ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁନୀଲ ନାୟକ ଭୁବନେଶ୍ୱରଙ୍କ ତତ୍ୱାବଧାନରେ କରାଯାଇଛି।ଏହି ଉତ୍ସବରେ ସଭାପତି ରାମଚନ୍ଦ୍ର ନାୟକଙ୍କ ସମେତ ବନ୍ଧୁ ପରିଜନ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *