କାର ବାଇକ ମୁହାଁମୁହିଁ ଧକ୍କା : ଜଣେ ମୁତ୍ୟୁ, ଦୁଇ ଗୁରୁତର

Spread the love

ଖୋର୍ଦ୍ଧା : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥର ବୋଲଗଡ ତାରେଣୀ ମନ୍ଦିର ନିକଟରେ କାର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ କାରଟି ନୟାଗଡରୁ ଖୋର୍ଦ୍ଧା ଅଭିମୁଖ ଦ୍ରୁତଗତିରେ ଯାଉଥିବା ବେଳେ ଭୁବନେଶ୍ୱରରୁ ବାଇକରେ ତିନିଜଣ ଯୁବକ ଦଶପଲ୍ଲା ଯାଉଥିଲେ । ହେଲେ ବୋଲଗଡ ତାରେଣୀ ମନ୍ଦିର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଜଣେ ବାଇକ ଚାଳକ ମୁତ୍ୟୁ ବରଣ କରିଥିବା ବେଳେ ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ବୋଲଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଦୁର୍ଘଟଣା ଘଟାଇଥିବା କାରଟି ଧକ୍କା ଦେଇ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *