ହାତୀ ଆତଙ୍କ, ହାତୀ ଘଉଡାଇବା ପାଇଁ ବନ ବିଭାଗ ନାକେଦମ

Spread the love

ଖୋର୍ଦ୍ଧା : ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଓ ବେଗୁନିଆ ବ୍ଲକର ବଡ଼ବେରଣା ପଂଚାୟତ ଅନ୍ତର୍ଗତ ଗୋବିନ୍ଦପୁର-କୋଲୁହାପାଟଣା ମଧ୍ୟରେ ଥିବା ୬୫ ଏକରରୁ ଉର୍ଦ୍ଧ୍ୱ କାଜୁ ନିଗମର ଜଙ୍ଗଲ ଓ ଆଦିବାସୀ ମାନେ ଲିଜ ସୂତ୍ରରେ ରଖିଥିବା କାଜୁ ଜଙ୍ଗଲରେ ଦୁଇଟି ଜଙ୍ଗଲୀ ହାତୀ ସୋମବାର ଦିନ ପୂର୍ବାହ୍ନରେ ରହିଥିବାର ଖବର ପାଇ ବେଗୁନିଆ ବନଖଣ୍ଡ କାର୍ଯ୍ୟାଳୟର ୍ୱନପାଳ ପ୍ରିୟ ଦର୍ଶିନୀ ସେଠୀଙ୍କୁ ଖବର ଦେଇଥିଲେ । ଏଠାରେ କର୍ମଚାରୀ ଅଭାବ ହେତୁ ବନପାଳ ଶ୍ରୀ ସେଠୀ ଓ ପାରା ସ୍କ୍ୱାର୍ଡ ଦୁର୍ଗା ପ୍ରସାଦ ପଣ୍ଡା ପହଁଚି ଦୁଇଟି ହାତୀର ଗତିବିଧି ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ ଖୋର୍ଦ୍ଧା ଜିଲ୍ଲା ଡିଭିଜନ ରେଞ୍ଜର ଜୟକୃଷ୍ଣ ପଣ୍ଡା, ବୈଦେଶ୍ୱର ବନପାଳ ଗଦାଧର ବିଶ୍ୱାଳ, ବୋଲଗଡ ବନପାଳ ପ୍ରଦିପ ପଟ୍ଟନାୟକ, ପାରା ସ୍କ୍ୱାର୍ଡ ତାରେଶ୍ୱର ରାଉତରାୟଙ୍କ ସମେତ କର୍ମଚାରୀ ପହଁଚି ଦୁଇଟି ଯାକ ହାତୀର ଗତିବିଧିକୁ ଲକ୍ଷ୍ୟ କରି ଗୋବିନ୍ଦପୁର, କୋଲୁହାପାଟଣା, ଧଳା ପଥର, ଗେଡ଼ିଆପଲୀ, ଗୌଡ଼ ନୂଆଗାଁ, ମାଣିବନ୍ଧ ଓ ବଡପଦର ଲୋକମାନଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରିବା ସହ କଳାପଥର ସେକ୍ସନର ବିଦ୍ୟୁତ କାଟ କରାଯାଇଥିଲା ।

ବନ ବିଭାଗ ସୂଚନା ମୁତାବକ, ହାତୀ ଦୁଇଟି ରବିବାର ଦିନ ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ନିକଟସ୍ଥ ଯୋକଲାଞ୍ଜି ଠାରେ ରହିଥିଲେ । ହାତୀ ଦୁଇଟି ଥିବା ବେଳେ ରବିବାର ଦିନ ଗୋବିନ୍ଦପୁର-କୋଲୁହା ପାଟଣା କାଜୁ ଜଙ୍ଗଲରୁ ନୟାଗଡ଼ ବନାଚଂଳକୁ ହାତୀ ଘଉଡ଼ାଇବା ପାଇଁ ଖବର ଲେଖା ହେଲା ପର୍ଯ୍ୟନ୍ତ ବନ କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *