ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ଖୋର୍ଦ୍ଧା : ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଜଟଣୀ ପୋଲିସ । ସୋମବାର ଜଟଣୀ ସୀତାରାମ ଛକରେ ଥିବା ଏକ ଲଜରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ହେଲେ ଭୁବନେଶ୍ୱର ୟୁନିଟ – ୬ ଅଞ୍ଚଳର ରଶ୍ମିତା ଏଡଲା ।

ସୂଚନାନୁଯାୟୀ, ଜଟଣୀ ସୀତାରାମ ଛକରେ ଥିବା କାହ୍ନୁ ଗେଷ୍ଟ ହାଉସକୁ ଗତ ରବିବାର ଅପରାହ୍ନରେ ଜଣେ ଯୁବତୀ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ରହିବା ପାଇଁ ଆସିଥିଲେ । ଉଭୟ ସ୍ୱାମୀ ଏବଂ ସ୍ତ୍ରୀର ପରିଚୟ ଦେଇ ରୁମ୍ ବୁକ୍ କରିଥିଲେ । ଲଜ୍ କର୍ମଚାରୀ ନିୟମ ଅନୁଯାୟୀ ପରିଚୟ ପାଇବା ପରେ ଉଭୟ ଯୁବତୀ ଏବଂ ଯୁବକଙ୍କୁ ରହିବା ପାଇଁ ୧୧୩ ନମ୍ବର ରୁମ୍ ଚାବି ଦେଇଥିଲେ । ତେବେ ଲଜ କର୍ମଚାରୀ ଏବଂ ମାଲିକଙ୍କ କହିବା କଥା ଗତ ରବିବାର ରାତି ପ୍ରାୟ ୧୧ଟାରେ ପୁରୁଷ ବନ୍ଧୁ ଜଣକ ବାହାରୁ ଖାଇବା ଆଣିବା ପାଇଁ ଯାଇଥିଲେ । ହେଲେ ଆଉ ଲଜକୁ ଫେରିନଥିଲେ । ତେବେ ସକାଳେ ଗେଷ୍ଟ ହାଉସରେ ସଫେଇ କର୍ମଚାରୀ ରୁମ ସଫା କରିବା ପାଇଁ ଯାଇଥିଲେ । ହେଲେ ଉକ୍ତ ରୁମ ଭିତର ପଟୁ ବନ୍ଦ ରହିଛି । ସଫା କରିବା ପାଇଁ କବାଟ ବଡେଇ ଡାକିଥିଲେ ସଫେଇ କର୍ମଚାରୀ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲା ନହେବାରୁ କୌଣସି ଅଘଟଣର ଆଶଙ୍କା କରି ଲଜ ମାଲିକ ଜଟଣୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ ଉକ୍ତ ଲଜରେ ପହଞ୍ଚିି ପ୍ରାଥମିକ ତଦନ୍ତ କରି ମୃତଙ୍କ ପରିବାରୁକୁ ଖବର ଦେଇଥିଲେ ।

ଖବର ପାଇ ମୃତ ଯୁବତୀଙ୍କ ସାନ ଭାଇ, ଭିଣୋଇ ଏବଂ ସମ୍ପର୍କୀୟମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏ ନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରାଯଇଛି । ଏହି ମାମଲାରେ ଜଟଣୀ ପୋଲିସ ୨୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ବେଳେ ଆଜି ସକାଳୁ ସାଇଣ୍ଟିଫିକ ଟିମର ତଦନ୍ତ କରିବା ପରେ ମୃତ ଶରୀରକୁ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *