ଓଡ଼ିଶା

ମାଫିଆଙ୍କ କବଜାରେ ଜମି

() ଦିନକୁ ଦିନ ବଢିବାରେ ଲାଗିଛି ମୋରମ୍ ମାଫିଆଙ୍କ ଦୌରାତ୍ମ୍ୟ। ସରକାରୀ ଆଇନ କାନୁନକୁ ଫୁ କରି ଦିନ ଦ୍ୱିପ୍ରହରରେ ଚାଲିଛି ଶହ ଶହ ଟ୍ରିପ ମୋରମ ଲୁଟ। ଏକର ଏକର କାଜୁ ଜଙ୍ଗଲ ଜମିକୁ  ମାଫିଆ ମାନେ ତାଡି ବୃକ୍ଷ ହିନ କରିସାରିଲେଣି। ସେପଟେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପାଲଟିଛି ପାଣିର ଗାର। ଏପରି ଘଟଣା ଦେଖିବାକୁ ମିଳିଛି  କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ  ଉଚ୍ଚପଦା ପଞ୍ଚାୟତର ମଣିଆ ଗ୍ରାମରେ।

ମଣିଆ ଗ୍ରାମ ପାର୍ଶ୍ୱ ରେ ଥିବା ୭୦ ଏକରରୁ ଉର୍ଦ୍ଧ୍ୱ ଜଙ୍ଗଲ ଜମି ଆଜି ମାଫିଆମାନଙ୍କ କବଳରେ। ୧୦ ରୁ ଉର୍ଧ୍ଵ ଜେସିବି ନିୟୋଜିତ ହୋଇ ସହ ସହ ହାଇୱା ଗାଡିରେ ବେଆଇନ ଭାବେ ମୋରମ ଉତୋଳନ କରି ଚୋରା ଚାଲାଣ କରାଯାଇଛି। ମଣିଆ ଗ୍ରାମ ପାର୍ଶ୍ଵରେ ଜଙ୍ଗଲ କିସମ ଦୁଇର ଜଙ୍ଗଲ ଜମିରେ ଥିବା କାଜୁ ଜଙ୍ଗଲକୁ ନଷ୍ଟ କରି ମୋରମ ଲୁଟି ଚାଲିଛନ୍ତି। ଦିନରାତି ୨୪ ଘଣ୍ଟା ଖୁଲମ ଖୁଲା ଏହିପରି ଚୋରା ଚାଲାଣ ଚାଲିଥିବା ବେଳେ,ସ୍ଥାନୀୟ ପ୍ରଶାସନ ସବୁ ଜାଣି ଚୁପ ହୋଇ ବସିଛନ୍ତି। ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କିଛି ମୁଷ୍ଟିମେୟ ବ୍ୟକ୍ତି  ସ୍ଥାନୀୟ ଥାନା ଓ ବିଧାୟକଙ୍କୁ ହାତ କରି ଜଙ୍ଗଲର କିଛି ଜାଗାରୁ ମୋହରମ ଉଠାଇବାକୁ ତହସିଲ ଅଫିସରୁ ଅନୁମତି ଆଣିଥିବା ବେଳେ ସେହି କାଗଜ ଦେଖାଇ ସମ୍ପୂର୍ଣ୍ଣ ଜଙ୍ଗଲ ଜମିକୁ ତାଡି ମୋରମ ଉଠାଇବା ସହ ଜଙ୍ଗଲକୁ ନଷ୍ଟ କରି ଦେଲେଣି। ପରିଣାମ ସ୍ୱରୂପ ଆଜି ବନ୍ୟଜନ୍ତୁ ମାନେ ଗାଁ ମୁହାଁ ହେଉଛନ୍ତି। ଅପରପକ୍ଷେ ମାଫିଆ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି ଗ୍ରାମବାସୀ। ତେବେ ତୁରନ୍ତ ଏହି ବେଆଇନ ଖନନକୁ ବନ୍ଦ କରାନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହେଇବେ ବୋଲି ଚେତାବନୀ ଦେଇଛନ୍ତି  ଗ୍ରାମବାସୀ। ସେପଟେ ଘଟଣା ବିଷୟରେ ଟାଙ୍ଗୀ ଚୌଦ୍ୱାର ତହସିଲଦାର ପ୍ରଜ୍ଞାନନ୍ଦ ଦାସ ଜାଣିବାପରେ ତୁରନ୍ତ ବେଆଇନ ଖନନ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।  

ତେବେ ଦେଖିବାକୁ ବାକି ରହିଲା କେବେ ବନ୍ଦ ହେଉଛି ବେଆଇନ୍ ମୋରମ ଖନନ।

Leave a Reply

Your email address will not be published.

Back to top button