କୂଅରୁ କୁଟୁରାକୁ ଉଦ୍ଧାର କଲା ବନ ବିଭାଗ

Spread the love

ଖୋର୍ଦ୍ଧା : ପାଣି ପିଇବାକୁ ଆସି କୂଅରେ ଖସିପଡ଼ିଲା କୁଟୁରା । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ୍ ଅଧିନସ୍ଥ ନୂଆଗଡ ପଂଚାୟତ ହରିପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଗ୍ନିଶମ ବାହିନୀ ସହାୟତାରେ ଗାଁ ଲୋକେ କୁଟୁରାକୁ ଉଦ୍ଧାର କରିଛନ୍ତି । ଉଦ୍ଧାର କୁଟୁରାକୁ ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ସୂଚନା ମୁତାବକ, ଗୁରୁବାର ଭୋର୍ ସମୟରେ ଗୋଟିଏ କୁଟୁରା ପାଣି ପିଇବାକୁ ହରିପୁର ଗାଁ ଭିତରକୁ ପଶି ଆସିଥିଲା । ଫଳରେ କୁଟୁରାକୁ ଦେଖି କୁକୁରମାନେ ଗୋଡାଇବାରୁ ସେ ଏକ କୂଅ ଭିତରେ ଖସି ପଡିଥିଲା । ଏହାଦେଖି ଗ୍ରାମବାସୀମାନେ କୁଟୁରାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ହେଲେ କୁଟୁରାକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ସେମାନେ ଏ ସମ୍ପର୍କରେ ଟାଙ୍ଗୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି କୁଟୁରାକୁ ଉଦ୍ଧାର କରିଥିଲା । ପରେ ଉଦ୍ଧାର କୁଟୁରାକୁ ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । କୂଅରୁ ଉଦ୍ଧାର ହୋଇଥିବା କୁଟୁରାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାକୁ ଟାଙ୍ଗୀରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କ୍ୱାରେଂଟାଇନରେ ରଖାଯିବ । ପରେ ତାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *