ଫ୍ୟାନରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ଖୋର୍ଦ୍ଧା : ଫ୍ୟାନରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଯୌତୁକଜନିତ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ନୀଳାଦ୍ରି ବିହାର ଅଞ୍ଚଳରେ । ମୃତ ମହିଳାଙ୍କ ନାମ ରୋଜିରାଣୀ ମାଝୀ (୩୫ ବର୍ଷ)କ୍ଷସୂଚନାନୁ‌ଯାୟୀ, ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗ୍ରାମର ରୋଜିରାଣୀ ମାଝୀ ୧୨ ବର୍ଷ ପୂର୍ବେ ଡୁଙ୍ଗମାଳ ପଞ୍ଚାୟତ ନୀଳାଦ୍ରିବିହାରର କୈଳାଶ ମାଝୀଙ୍କ ପୁଅ ରୋହିତ କୁମାର ମାଝୀଙ୍କୁ ବିବାହ କରିଥିଲେ ।

ମଙ୍ଗଳବାର ବିଳମ୍ବିତ ରାତିରେ ରୋଜି ଘର ପଙ୍ଖାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ରୋଜିଙ୍କ ବାପଘର ଲୋକ ଶ୍ୱଶୁର ଘରେ ପହଞ୍ଚିଥିଲେ । ତେବେ ରୋଜିଙ୍କ ପିତା ଖଲି ଜେନା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ ।ଫଳରେ ରୋଜି ମାନସିକ ଚାପରେ ଆତ୍ମହତ୍ୟା କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ବାଲୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ତଥା ଚିଲିକା ତହସିଲଦାରଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *