କୋଣାର୍କ ବୁଲିବା ହେଲା କାଳ । ବୁଲିବାକୁ ଯାଇ ଦୁର୍ଘଟଣାରେ ଚାଲିଗଲା ୨ଜଣ ସାଙ୍ଗଙ୍କ ଜୀବନ । ସୂଚନା ମୁତାବର, ୪ ବନ୍ଧୁ ବିଳମ୍ବିତ ରାତ୍ରରେ ଫେରୁଥିବା ବେଳେ କୋଣାର୍କ ଥାନା ଅଧିନ ଯୁଣେଇ ଶଙ୍ଖ ନିକଟରେ ଦୁର୍ଘଟଣା । ଭରସାମ୍ୟ ହରାଇ କାରଟି ରାସ୍ତା ପାର୍ଶରେ ଥିବା ଏକ ପୋଖରୀ ଭିତରକୁ ପଶିଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରୁ ୪ଜଣ ଯୁବକଙ୍କୁ ଉଦ୍ଧାର କରି ଗୋପ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now