ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା କରିବାକୁ ଦାବି

Spread the love

ଜୟପୁର : ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡର ବ୍ୟବସ୍ଥା କରିବାକୁ କୋରାପୁଟ ଜିଲାପାଳଙ୍କ ଅନୁପସ୍ଥିତିରେ ସହକାରି ଜିଲାପାଳ ଚିତରଞ୍ଜନ ପଟ୍ଟନାୟକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସମାଜ ସେବି ବି ହରି ରାଓଙ୍କ ନେତୃତ୍ତ୍ୱରେ ଗ୍ରାମବାସୀମାନେ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ କୋରାପୁଟ ଜିଲା ଓ ଜୟପୁର ସହର ଜନ ସାଧାରଣ ବିଭିନ୍ନ ରୋଗର ଚିହ୍ନଟ ପାଇ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । କିନ୍ତୁ କୋରାପୁଟ ଓ ଜୟପୁର ମେଡିକାଲରେ ଗାଇନିକ ଅଲଟ୍ରାସାଉଣ୍ଡ ଛଡା ଅନ୍ୟ କୈଣସି ରୋଗ ଚିହ୍ନଟ କରାଯାଇ ପାରୁ ନାହିଁ । ଯଦ୍ୱାରା ରୋଗି ମାନେ କୋରାପୁଟ ଠାରେ ଥିବା ବେସରକାରି ଅଲଟ୍ରାସାଉଣ୍ଡ ଉପରେ ନିର୍ଭର କରନ୍ତି । ରୋଗି ଭୋର ସକାଳୁ କୋରାପୁଟ ଯାଇ ସେଠାରେ ଅଧିକ ପରିମାଣର ଫିଜ ଜମା କରି ଲାଇନ ବାନ୍ଦି ରାତ୍ର ଯାଏ ଜଗି ରହି ତା ପରଦିନ ରିପୋର୍ଟ ଦେଖାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତି । ଏହି ଅସୁବିଧାର ଦୁରିକରଣ ନିମନ୍ତେ ପ୍ରଶାସନ ଜୟପୁର ଠାରେ ଆଉ ଏକ ଅଲଟ୍ରା ସାଉଣ୍ଡ ମେସିନ ଗାଇନିକ ରୋଗି ସହ ଅନ୍ୟ ରୋଗ ଚିହ୍ନଟ ପାଇ ଉକ୍ତ ମେସିନକୁ ପରିଚାଳନା କରିବା ପାଇଁ ପରିଚାଳକ ମଧ୍ୟ ନିଯୁକ୍ତି କରାଯାଉ । ଏହା ଦ୍ୱାରା ସମସ୍ତେ ଉପକୃତ ହୋଇପାରିବେ ବୋଲି ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *