ପଛୁଆ ବର୍ଗର ସାମାଜିକ ଓ ଅର୍ଥନୈତିକ ସର୍ଭେ ସମିକ୍ଷା କଲେ ଏଡିଏମ

Spread the love

ଜୟପୁର : ପଛୁଆ ବର୍ଗର ସାମାଜିକ ଓ ଅର୍ଥନୈତିକ ସର୍ଭେ ଜାରି ରହିଛି । ଜୟପୁର ପୌରାଂଚଳରେ ୯ଟି ସେଣ୍ଟର କରାଯାଇଥିବା ବେଳେ ଆଜି ସ୍ୱତନ୍ତ୍ର ଡ୍ରାଇଭ କରାଯାଇ ସର୍ଭେ କରାଯାଇଛି । ଜୟପୁର ରେ କୁମୁଟି ସମ୍ପ୍ରଦାୟ ଅଧିକା ଥିବାରୁ ସେ ମାନଙ୍କ ପାଇ ମହାରାଣିପେଟା ସ୍ଥିତ କନକେପରମେଶ୍ୱରି ମନ୍ଦିର ଗୋଟିଏ ସେଣ୍ଟର କରାଯାଇ ସର୍ଭେ କରାଯାଉଛି । ୩ ଦିନ ଏହି ସେଂଟର ରହି ସର୍ଭେ କରିବ । ଏହି ସେଂଟରରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଓ ପୌର କାର୍ଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ଉପସ୍ଥିତ ଥିଲେ । ଆଜି ଏଡିଏମ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି ସର୍ଭେ ଉପରେ ସମିକ୍ଷା କରିଥିଲେ । ଘରେ ଘରେ ବୁଲି ମାଦଳା ସାହିରେ ଚାଲିଥିବା ସର୍ଭେ ମଧ୍ୟ ସମିକ୍ଷା କରିଥିଲେ । ପଛୁଆ ବର୍ଗ ପରିବାରର କୈଣସି ବ୍ୟକ୍ତି ବିଶେଷ ଯାଇ ସେଂଟରରେ ପରିବାର ସମସ୍ତଙ୍କ ତଥ୍ୟ ପ୍ରଦାନ କରିବେ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *