ଆଇ ଆଇ ଏମ ସମ୍ୱଲପୁରର ପରିଦର୍ଶନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇ ଆଇ ଏମ ସମ୍ୱଲପୁରର ପରିଦର୍ଶନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଶନ ଲାଇଫକୁ ଆଗକୁ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଏହା ପୂର୍ବରୁ ଆଜି ସକାଳୁ ସମ୍ବଲପୁର ଦିନିକିଆ ଯାଇ ଭୋରରୁ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନ ରୁ ଓହ୍ଲାଇ ଥିଲେ । ସେଠାରେ ସେ ପହଞ୍ଚିବା ପରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଦ୍ୱାରା ସ୍ୱାଗତ କରିଥିଲେ । ପରେ ହୀରାକୁଦ ରେଲ ଷ୍ଟେସନର ପୁର୍ନନବୀକରଣ ପାଇ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ବାଦ ସମ୍ୱଲପୁର ବିଶ୍ୱ ବିଦ୍ୟାଳୟରେ ଏନଇପି କୁ ନେଇ ଜାତୀୟ କନକ୍ଲେଭରେ ଯୋଗ ଦେବେ । ଶେଷରେ ଅପରାହ୍ନରେ ଏକ ସ୍ମୃତି ସଭା କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *