ମେଗା ପ୍ରୋଜେକ୍ଟର ଗ୍ରାମୀଣ ପାଣି ପାଇପ ଲାଇନ କାର୍ଯ୍ୟ ନିମ୍ନମାନର ଅଭିଯୋଗ

Spread the love

ଜୟପୁର : ମେଗା ପ୍ରୋଜେକ୍ଟର ଗ୍ରାମୀଣ ପାଣି ପାଇପ ଲାଇନ କାଯ୍ୟ ଅତି ନିମ୍ନମାନର ହୋଇଥିବା ନେଇ ଜୟପୁର ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସମାଜସେବି ବି. ହରିରାଓଙ୍କ ସହ ଗ୍ରାମବାସୀ ଏନେଇ ଅଭିଯୋଗ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବୋରିଗୁମ୍ମା ବ୍ଲକ ଗୁମୁଡା ପଂଚାୟତର ବାଘବେଢା ଗ୍ରାମରେ ମେଗା ପ୍ରୋଜେକ୍ଟ ଦ୍ୱାରା ଗ୍ରାମୀଣ ପାଣି ପାଇପ ଲାଇନ କାଯ୍ୟ ଅତି ନିମ୍ନମାନର କରାଯାଇଛି । ଯାହା ନିୟମ ଅନୁସାରେ ପ୍ରାୟ ୩ ଫୁଟ ମାଟି ତଳକୁ ପାଣି ପାଇପ ପଡିବା କଥା । କିନ୍ତୁ, ଠିକାଦାର ତାଙ୍କ ସୁବିଧା ମୁତାବକ ଏକ ଫୁଟ ମଧ୍ୟରେ ପାଇପ ଲାଇନ ପକାଇ ଦେଇଛନ୍ତି । କିଛିଦିନ ପରେ ପାଇପ ଫାଟି ଯିବାର ସମ୍ଭାବନା ରହିଛି । ଗ୍ରାମବାସୀ ସରକାରଙ୍କ ଦ୍ୱାରା ପାଇଥିବା ମେଗା ପ୍ରୋଜେକ୍ଟ ପାନିୟ ଜଳରୁ ବଂଚିତ ହେବେ । ଉକ୍ତ କାଯ୍ୟ ହେବା ସମୟରେ କୌଣସି ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ଏସଡିଓ ଏହି କାଯ୍ୟକୁ ତଦାରଖ କରୁନାହଁନ୍ତି । ତେଣୁ ନିମ୍ନମାନର କାଯ୍ୟ ହେଉଛି । ଏହାର ତଦନ୍ତ କରିବାକୁ ଦାବି କରାଯାଇଛି । ଜିଲାପାଳ, ଭିଜିଲାନ୍ସ ବିଭାଗ କଟକକୁ ଦାବିପତ୍ରର ନକଲ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *