ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

Spread the love

ଜୟପୁର : ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଛି । ଜୟପୁର ରକ୍ତ ଭଣ୍ଡାର ତରଫରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଜୟପୁର ରଜାନହର ଠାରୁ ଏହି ଶୋଭାଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରା କୁ ଡାକ୍ତର ସୁଯ୍ୟ ଶେଖର ମିଶ୍ର ସବୁଜ ପତକା ଦେଖାଇ ଉଦ ଘାଟନ କରିଥିଲେ । ରଜାନହର ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୁତ୍ତି ନିକଟରେ ପହଞ୍ଚି ଥିଲା । ଏହି ଶୋଭାଯାତ୍ରା ରେ ଏଏନଏମ ଛାତ୍ରି ସଚେତନତା ପ୍ଲା ଗାର୍ଡ ଧିର ସାମିଲ ହୋଇଥିଲେ । ଶୋଭାଯାତ୍ରା ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଚିକିତ୍ସାଳୟର ମ୍ୟାନେଜର ରୁପସି ନାୟକ, ରକ୍ତଦାନ ପ୍ରବକ୍ତା ପ୍ରମୋଦ ରାଉଳ, ଆଶୁତୋଷ ପାଠୀ ମୋମୋରିଆଲ ଟ୍ରଷ୍ଟର ପ୍ରଫୁଲ କୁମାର ପାଠୀ, କାତ୍ତିକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *