ଗୁପ୍ତେଶ୍ୱର ଠାରେ ଜଳାଭିଷେକ କର ଆଦାୟ ବନ୍ଦ କରିବାକୁ ଦାବି

Spread the love

ଜୟପୁର :  ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ କର ଆଦାୟ ବନ୍ଦ କରିବାକୁ ଦାବି କରାଯାଇଛି । ଏନେଇ ଜୟପୁର ଉପ ଜିଲାପାଳ ବେଦ ବର ପ୍ରଧାନଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗୁପ୍ତେଶ୍ୱର କେବଳ ଜୟପୁର ଉପଖଣ୍ଡର ନୁହେଁ । ଏହା ସମଗ୍ର ଦକ୍ଷିଣ ଓଡିଶା ଆନ୍ଧ୍ର ଓ ଛତିଶଗଡର ହିନ୍ଦୁ ସେବକ ମାନଙ୍କର ଏକ ପ୍ରସିଦ୍ଧ ଶୈବପୀଠ ଅଟେ । ଏଠାକୁ ବର୍ଷ ସାରା ଆସିବା ସହ ଶ୍ରାବଣ ମାସ ସୋମବାର ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ନଦୀରେ ସ୍ନାନ କରି କାଉଡିରେ ପାଣି ଭୋଇ ଶହ ଶହ କିଲୋ ମିଟର ଦୂର ପଥ ଦେଇ ବନ ପାହାଡ, ନଦୀ ନାଳ ଦେଇ ବହୁତ କଷ୍ଟରେ ଏଠାକୁ ଆସି ମହାଦେବଙ୍କ ଦର୍ଶନ ଓ ଜଳାଭିଷେକ କରନ୍ତି । ଏପରି ସ୍ଥଳେ ବୋଝ ଉପରେ ନଳିତା ବିଡା ପରି ପ୍ରଶାସନ ପକ୍ଷରୁ ମୁଣ୍ଡ ପିଛା ୧୦ ଟଙ୍କା ଆଦାୟ କରିବା ପାଇ ଯେଉଁ ପ୍ରୟାସ କରାଯାଉଛି ତାହାକୁ ନିନ୍ଦା କରାଯାଉଛି । ଏଥି ପାଇଁ ବୋଲ ବୋମ ଯାତ୍ରୀ ଓ ଭକ୍ତଙ୍କୁ କୌଣସି ପ୍ରକାର ପୂର୍ବ ସୁଚନା ଅଧ୍ୟ ଦିଆଯାଇ ନାହିଁ । ସର୍ବ ଭାରତ ସ୍ତରୀୟ ଏହି ପାରମ୍ପରିକ ଉତ୍ସବରେ ଓଡିଶା ସାରା ଅନେକ ସ୍ଥାନରେ ଜଳା ଭିଷେକ ଉତ୍ସହ ଚାଲିଥିଲେ ମଧ୍ୟ ଜୟପୁର ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ କ୍ରମେ ଏହି କର ଆଦାୟ ପ୍ରଥା ଏଠାରେ ପ୍ରବର୍ତିତ ହେବା ଅତିମାତ୍ରାରେ ନିନ୍ଦନୀୟ ଅଟେ । ଏହି କର ଆଦାୟକୁ ତୁରନ୍ତ ବନ୍ଦ କରିବା ସହ ଶିବରାତ୍ରିର ମଧ୍ୟ ଗୁପ୍ତେଶ୍ୱର ଠାରେ ଏହା ଆଦାୟ କରିବାର ବ୍ୟବସ୍ଥାକୁ ଉଛେଦ କରି ହିନ୍ଦୁ ଧାର୍ମିକ ଭାବନାକୁ ଅଧିକ ଆଘାତ ନ କରିବା ନିମନ୍ତେ ଦାବି କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ଗଙ୍ଗା ଧର ନନ୍ଦ, ଲଳିତ ଅଗ୍ରଓାଲ, ମିନ କେତନ ଦାସ, ମଦନ ମୋହନ ନାୟକ, ସୁରେନ୍ଦ୍ର କହଁର ପ୍ରମୁଖ ଦସ୍ତ କରି ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ରର ନକଲ ଜିଲାପାଳ, ଦେବୋତର କମିଶନରଙ୍କୁ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *