ମଣ୍ଡିର ବିକାଶ ପାଇ ଉପ ଜିଲାପାଳଙ୍କ ସହ ଆଲୋଚନା କଲେ ଜିଲା ପରିଷଦ ଉପାଧ୍ୟକ୍ଷ

Spread the love

ଜୟପୁର : ଜୟପୁର ଉପଖଣ୍ଡର କୁନ୍ଦୁରା ବ୍ଲକରେ ଥିବା ଧାନ ମଣ୍ଡିର ବିକାଶ ପାଇ ଉପ ଜିଲାପାଳ ବେଦ ବର ପ୍ରଧାନଙ୍କ ସହ ଆଲୋଚନା ହୋଇଛି । ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ଆଜି ଆଲୋଚନା କରିଛନ୍ତି । କୁନ୍ଦୁରା ବ୍ଲକରେ ଥିବା ଧାନ ବିକ୍ରୟ କେନ୍ଦ୍ର ର ବିକାଶ କରିବା ପାଇ ଆଲୋଚନା କରିଛନ୍ତି । ବ୍ଲକ ଅଧିନରେ ଥିବା ଡଙ୍ଗର ପାଉଁସି ଓ ତରାଭଟ୍ଟା ମଣ୍ଡିର ବିକାଶ ହୋଇଛି । ତେଣୁ ଚଳିତ ବର୍ଷର ରବି ମଣ୍ଡି ସେଠାରେ କରିବା ପାଇଁ ଅନୁରୋଧ କରିଛନ୍ତି । ଏନେଇ ଉପ ଜିଲାପାଳ ପ୍ରଧାନ ସମସ୍ତ ଦାବୀ କୁ ତୁରନ୍ତ ପୂରଣ କରିବା କୁ ପ୍ରତିଶ୍ରୃିତି ଦେଇଥିବା ଉପାଧ୍ୟକ୍ଷ ସାମନ୍ତରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *