
କୋରାପୁଟ: କାଟୀନାଷକ ଖାଇ ଆତ୍ମହତ୍ୟା କଲେ ଚାଷୀ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବିସିଂହ ପୁର ଥାନା ନକୁଳ ଗୁଡା ଗ୍ରାମରେ । ସୂଚନା ଅନୁଯାୟୀ, ଡୁମର ହରିଜନ ନାମକ ଜଣେ ଚାଷୀ ତିନି ଏକର ଚାଷ ଜମି ରେ ଧାନ ଚାଷ କରିଥିଲେ। ଏଥି ପାଇଁ ଲୋକଙ୍କ ଠାରୁ ୭୦ ହଜାର ଟଙ୍କା କରଜ କରିଥିଲେ। କିନ୍ତୁ ଚଳିତ ଲଘୁଚାପ ବର୍ଷାରେ ଚାଷ ସମ୍ପୃର୍ଣ୍ଣ ନଷ୍ଟ ହୋଇ ଜିବାରୁ ସେ କୀଟନାଶକ ଔଷଧ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପରିବାର ପକ୍ଷରୁ ବିସିଂହପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।