ହତ୍ୟା ମାମଲା ର ନିରପେକ୍ଷ ତଦନ୍ତ ନିମନ୍ତେ କେନ୍ଦୁଗୁଡା ଗ୍ରାମବାସୀ ମାନଙ୍କ ଦ୍ୱାରା କୁନ୍ଦ୍ରା ପୋଲିସ୍ ଥାନା ଘେରାଉ

Spread the love

ଜୟପୁର : କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅନ୍ତର୍ଗତ କେରମେଟୀ ଗ୍ରାମପଞ୍ଚାୟତର କେନ୍ଦୁଗୁଡା ଗ୍ରାମବାସୀ ମାନେ କୁନ୍ଦ୍ରା ଥାନା ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ଓ ନିଷ୍କ୍ରିୟତା ପାଇଁ ଆଜି ଶତାଧିକ ଲୋକ ଆସି କୁନ୍ଦ୍ରା ପୋଲିସ ଥାନା କୁ ଘେରାଉ କରିଛନ୍ତି । ସୂଚନା ଥାଉକି ଗତ ୦୧/୦୫/୨୦୨୩ କୁନ୍ଦ୍ରା ଅଞ୍ଚଳର କେନ୍ଦୁଗୁଡା ଗ୍ରାମର ଧନପତି ଦୁରୁଆ ନାମକ ଏକ ଯୁବକକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ କୁନ୍ଦ୍ରା ଥାନା ଅଧିକାରୀ ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗ୍ରାମବାସୀ ମାନେ କହିଛନ୍ତି । ଏବଂ ଏହି ହତ୍ୟା ମାମଲାରେ ଯେଉଁ ସହଯୋଗୀ ମାନେ ରହିଛନ୍ତି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନ ଥିବା ନେଇ ଗ୍ରାମବାସୀ ମାନେ ଉତ୍ତେଜିତ ହୋଇଛନ୍ତି । ଏହି ଘଟଣା ମାମଲାରେ ଗ୍ରାମବାସୀ ମାନେ ପଚାରି ବୁଝିବାକୁ ଥାନାକୁ ଆସିଥିଲେ କିନ୍ତୁ ଥାନା ଅଧିକାରୀ ଗ୍ରାମବାସୀ ମାନଙ୍କୁ ଧମକ ଚମକ୍ ଦେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଜଣେ ଅପରାଧୀଙ୍କ ସହ ଯେପରି ବ୍ୟବହାର କରାଯାଏ ସେହିଭଳି ଆମ ଆଦିବାସୀ ମାନଙ୍କ ସହିତ କୁନ୍ଦ୍ରା ଥାନା ଅଧିକାରୀ ର୍ଦୁବ୍ୟବହାର କରୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି । କୁନ୍ଦ୍ରା ଥାନା ଅଧିକାରୀଙ୍କ ର୍ଦୁବ୍ୟବହାର ଓ କାର୍ଯ୍ୟରେ ଅବହେଳାକୁ ନେଇ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଆଜି କୁନ୍ଦ୍ରା ଥାନା ଅଧିକାରୀ ଙ୍କ ବିରୋଧରେ ଥାନା ଘେରାଉ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଯଦି ଧନପତି ଦୁରୁଆ ଙ୍କହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅପରାଧୀ ମାନଙ୍କୁ ଗିରଫ୍ କରାନଯାଏ ତା’ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ବିଷୟରେ ଗଣମାଧ୍ୟମ ପ୍ରତିନିଧି ମାନେ କୁନ୍ଦ୍ରା ଥାନା ଅଧିକାରୀ ଙ୍କ ଠାରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । କହିଥିଲେ ଯାହା ବୁଝିବାର ଅଛି ଜୟପୁର ଏସ୍.ଡି.ପି.ଓ ଙ୍କୁ ଏବଂ କୋରାପୁଟ ଏସ୍ ପି ଙ୍କୁ ପଚାରନ୍ତୁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *