ଶ୍ରମ ବିଭାଗ ତରଫରୁ କାଜୁ ମିଲରେ ଚଢାଉ

Spread the love

ଜୟପୁର : ଜୟପୁର ସ୍ଥିତ ଶ୍ରମ ବିଭାଗ ତରଫରୁ କାଜୁମିଲରେ ଚଢାଉ କରାଯାଇଛି । ପ୍ରଭାଗୀୟ ଶ୍ରମ କମିଶନର ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରାଯାଇ ୧୦ ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି । ଏହା ଚଢାଉ ରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଗାୟତ୍ରୀ ପାତ୍ର, ସହକାରି ଶ୍ରମ ଅଧିକାରି ପଦ୍ମ ଚରଣ ପଣ୍ଡା, ଚୈତନ୍ୟ ପ୍ରସାଦ ମାଝୀ, ପୁର୍ଣ୍ଣିମା ଡୁରୁକା, ଜିଲା ଶିଶୁ ସୁରକ୍ଷା ଅଧିକାରି ରାଜେଶ୍ୱରୀ ଦାସ, ଶିଶୁ ମଙ୍ଗଳ କମିଟି ସଦସ୍ୟ ଭାନୁମତି ପୁଜାରି, ଚାଇଲ୍ଡ ଲାଇନର ସଦସ୍ୟ ହେମନ୍ତ କୁମାର ପାତ୍ର, ବଳରାମ ପାତ୍ର ଏବଂ ଜୟପୁର ସଦର ପୋଲିସର ମିଳିତ ଭାବେ ୭ଟି କାଜୁ ମିଲ ଦଣ୍ଡସେନାଗୁଡା, ଦୋରାଗୁଡା, କେବିଡି, ବିଜେ-୨ ଆଦିରେ ଚଢାଉ କରାଯାଇଛି । ଚଢାଉ କରି ୧୦ ଜଣ ଶ୍ରମିକକଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *