ଚୋରି ହୋଇଥିବା ଜିନିଷ ଫେରି ପାଇଲେ ଅଭିଯୋଗ କାରୀ

Spread the love

ଜୟପୁର : ବୋରିଗୁମ୍ମା ଥାନା ଅଂଚଳରେ ୬ ଟି ଚୋରି ମମାଲର ସମସ୍ତ ଚୋରି ସାମଗ୍ରୀକୁ ଉଦ୍ଧାର କରିଛି ପୋଲିସ । ଏହି ୬ଟି ଚୋରି ମାମଲାରେ ମୋଟ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବୋରିଗୁମ୍ମା ଏସଡ଼ିପିଓ ମଧୁଶିକ୍ତା ମିଶ୍ର ସୂଚନା ଦେଇଛନ୍ତି । ଗତ ୨୦୨୨ ମସିହା ରେ ବୋରିଗୁମ୍ମା ଦୁଲାରାସ୍ତା ରେ ଏକ ଦମ୍ପତି ଙ୍କ ଠାରୁ ଟଙ୍କା ଅଳଙ୍କାର ଏବଂ ମୋବାଇଲ ଲୁଟ ହୋଉଥିଲା ।ଏହି ମାମଲାରେ ଜଡିତ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ଦୁଇଟି ମୋବାଇଲ ଏବଂ ଗୋଟିଏ ପିସ୍ତଲ ବି ଜବତ ହୋଉଛି । ସେହି ପରି ୨୦୨୩ ମସିହା ରେ ପାଂଚୋଟି ଚୋରି ହୋଉଥିଲା । ଭେଙ୍କଟ ନଗର କୋଟି ହୋଇଥିବା ବାଇକ ଚୋରି, ଦୁଲାଗୁଡ଼ାରୁ ଚୋରି ହୋଇଥିବା ମୋଟର ପମ୍ପ, ଭାରତ ମାଳା କେମ୍ପ ରୁ ଚୋରି ହୋଇଥିବା ଡିଜି, ଛତରଲାରୁ ଚୋରି ହୋଇଥିବା ଗୃହଉପକାରଣ ସାମଗ୍ରୀ , ହର୍ଦ୍ଦଳି ନିକଟରୁ ଚୋରି ହୋଇଥିବା ୬ଟି ଷ୍ଟିଲ ପ୍ଲେଟ କୁ ଉଦ୍ଧାର ଜରିଥିବା ବେଳେ ଆଜି ସମସ୍ତ ଉଦ୍ଧାର ସାମଗ୍ରୀ ର ପ୍ରକୃତ ମାଲିକଙ୍କୁ ଥାନାକୁ ଡକାଇ ନିଜ ନିଜ ଜିନିଷ ହସ୍ତାନ୍ତର କରିଛି ବୋରିଗୁମ୍ମା ପୋଲିସ । ସେପଟେ ନିଜ ଚୋରି ହୋଇଥିବା ଜିନିଷ ପାଇବା ପରେ ବେଶ ଖୁସି ଅନୁଭବ କରି ପୋଲିସକୁ ପ୍ରଶଂସା କରିଛନ୍ତି ଅଭିଯୋଗକାରୀ । ଆଗକୁ ଚୋରି ଡକାୟତିକୁ ନିୟନ୍ତ୍ରଣ ପାଇଁ ପୋଲିସ ଯାଂଚକୁ କଡାକଡି କରାଯିବ ବୋଲି ବିରୁଗୁମ୍ମା ଏସଡିପିଓ ମଧୁଶିକ୍ତା ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *