ରାସ୍ତାରେ ଘର ନିର୍ମାଣ ସାମଗ୍ରୀ, ଜୋରି ମାନା ଆଦାୟ କଲା ପ୍ରଶାସନ

Spread the love

ଜୟପୁର : ରାସ୍ତାରେ ଘର ନିର୍ମାଣ ସାମଗ୍ରୀ ରଖି ଥିବା ରୁ ଜୟପୁର ପୌର ପାଳିକା ତରଫରୁ ମାଲିକ ଉପରେ ଜୋରି ମାନା ଆଦାୟ କରାଯାଇଛି । ଘର ନିର୍ମାଣ ସାମଗ୍ରୀ ରାସ୍ତା ରେ ରଖି ଚଳ ପ୍ରଚଳରେ ବାଧା ସୃଷ୍ଟି କରିବା ସହ ଭିଜିଲାନ୍ସ ଅଫିସ ନିକଟରେ ଥିବା ବିଦେଶି ମଦ ଦୋକାନ ଅଳିଆ ଆବର୍ଜନା କରୁଥିବାରୁ ଜୋରି ମାନା ଆଦାୟ କରାଯାଇଛି । ନୁଆସାହିରୁ ୧୬ ଶହ, ବାବୁ ସୁନାରି କୋଲନି ୫ ଶହ, ପ୍ରସାଦରାଓ ପେଟା ୩ ଶହ, ମଦ ଦୋକାନରୁ ୨ ହଜାର ମୋଟ ୪ ହଜାର ୪ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ପୌର କାର୍ଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *