କୁଆ ପଥର ମାଡ ବାଜି ନଷ୍ଟ ହୋଇଥିବା ଚାଷ ଜମି ବୁଲି ଦେଖିଲେ ଜୟପୁର ବିଧାୟକ

ଜୟପୁର : ଗତ ରବିବାର ଦିନ କାଳ ବୈଶାଖୀ କୁଆ ପଥର ମାଡରେ ନଷ୍ଟ ହୋଇଥିବା ଧାନ ଚାଷକୁ ବୁଲି ଦେଖିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।  କଷ୍ଟ କରି ଅମଳ ଅପେକ୍ଷାରେ ଥିବା ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଥିଲା । ବୋରିଗୁମ୍ମା ବ୍ଲକ କାମତା ଅଂଚଳରେ ପ୍ରବଳ କୁଆ ପଥର ମାଡ ଯୋଗୁଁ ରବି ଚାଷ ପାଇଁ ହୋଇଥିବା ଧାନ ଝଡି ଯାଇଛି ଆଉ ଗଛରେ ଦାନାଟିଏ ବି ନଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇ ଥିଲା । ବ୍ଲକର କାମତା ଅଂଚଳର ମନହର/କାମତା/ ରତାଳି/ ରେଙ୍ଗାଲଗୁଡ଼ା ମୌଜାର ପ୍ରାୟ ୫୦୦ ଏକର ଧାନ ଜମି ରୁ ଧାନ ଝଡି ଯାଇ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଅଂଚଳର ଚାଷ ଜମିକୁ ବୁଲି ଦେଖି ସରକାର ଚାଷୀଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ଦାବି କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *