ରାସ୍ତା ନିର୍ମାଣ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Spread the love

ଜୟପୁର : ଜୟପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗର ନିର୍ବାହୀ ଯନ୍ତ୍ରୀ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ରାସ୍ତା ଓ ଗୃହ ବିଭାଗର ଫାମ୍ପୁଣି ବ୍ରାହ୍ମଣ ଦେଇ ଠାରୁ ଦାମାପୁଟର ଆରଡି ରାସ୍ତାର ମରାମତି ପାଇ ଦ୍ୱାରସ୍ଥ ହୋଇଛନ୍ତି ।

ଫାମ୍ପୁଣି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ଆଜିକୁ ୧୦ ବର୍ଷ ହେବ ପାମ୍ପୁଣି ଗ୍ରାମ ବ୍ରାହ୍ମଣ ଦେଇ ଆରଏଣ୍ଡବି ର ଦାମାପୁଟ ରାସ୍ତା ତିଆରି କରିବା ନିମନ୍ତେ ଖୋଳି ଛାଡି ଦେଇ ଛନ୍ତି । ସେହି ଦିନ ଠାରୁ ଉକ୍ତ ରାସ୍ତାରେ ଗୁରୁତର ରୋଗୀକୁ ହସପିଟାଲ ନେବାକୁ ହେଲେ ଆମ୍ବୁଲାନ୍ସ ଗାଡି ଯାଇ ପାରୁ ନାହିଁ । ଉକ୍ତ ରାସ୍ତା ଖାଲ ଖାମରା ହୋଇ ପଡି ରହିଥିବାରୁ ଦୈନିକ ଦୁର୍ଘଟଣା ମାନ ଘଟୁଛି । ତେଣୁ ଉକ୍ତ ରାସ୍ତାକୁ ବିଭାଗ ଗୁରତର ସହ ନେଇ ନର୍ମାଣ କରିବାକୁ ଦାବି କରାଯାଇଛି । ନଚେତ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ନିବାହୀ ଯନ୍ତ୍ରୀ ଙ୍କ କାଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଶିବ ଭୁମିଆ, ବାବୁ ଗୌଡ, ଅଭି ଗାଦବା, ନିରଞ୍ଜନ ପାତ୍ର, ତାପସ କୁମାର ମଣ୍ଡଳ ପ୍ରମଖ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *