କୋଟିଆ ଓଡିଶାର ପ୍ରମାଣ ଦେଉଛି ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ କୋଟିଆ ପୋଷ୍ଟ ଅଫିସ

Spread the love

ଜୟପୁର,୨୭ ମଇ: ଓଡିଶା-ଆନ୍ଧ୍ରପ୍ରଦେଶ ସୀମା ରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଅଂଚଳର ମାନଚିତ୍ର ସ୍ପଷ୍ଟ ଓ ଓଡିଶା ସରକାର ନିଜ ଦାବିକୁ ସଠିକ ଭାବେ ଉପସ୍ଥାପନ କରି ପାରିଲେ ସମଗ୍ର କୋଟିଆ ଅଂଚଳ ଓଡିଶା ସୀମା ମଧ୍ୟରେ ରହିଥିବା ସ୍ପଷ୍ଟ ଭାବେ ଉଚ୍ଚତମ ନ୍ୟାୟାଳୟ ରେ ମଧ୍ୟ ପ୍ରମାଣ କରିହେବ । କୋଟିଆ କୁ ନେଇ ଆନ୍ଧ୍ରପ୍ରଦେଶ ବିରୁଦ୍ଧରେ ଓଡ଼ିଶାର ନିରନ୍ତର ସଂଗ୍ରାମ କୁ ଶକ୍ତି ଦେବା ପାଇଁ ଆମ କୋଟିଆ ସଂଗଠନ ସମେତ ଅନେକ ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଓ ସଂଗଠନ ବିଭିନ୍ନ ସମୟରେ ନୂତନ ତଥ୍ୟ ଓ ପ୍ରମାଣ ଯୋଗାଇ ଓଡ଼ିଶାର ଦାବି କୁ ଶକ୍ତି ପ୍ରଦାନ କରିଛନ୍ତି । ଆଜି ଏହି ସଂଗ୍ରାମର ଯାତ୍ରାରେ ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ , ଇପିଏ ର ବରିଷ୍ଠ କର୍ମକର୍ତା ଅନୀଲ ଧୀର ଓ ବିଶ୍ୱଜିତ ମହାନ୍ତି ଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଳାପାଳ ସଂଜୀବ ହୋତା କୋଟିଆ ପୋଷ୍ଟ ଅଫିସ ଯାଇ ସ୍ୱତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲଫାଫା ର ଉନ୍ମୋଚନ କରି ସେହି ପୋଷ୍ଟ ଅଫିସ ରୁ ଦେଶର ବିଭିନ୍ନ ସ୍ଥାନକୁ ଶତାଧିକ ଲଫାଫା କୋଟିଆ ପୋଷ୍ଟ ଅଫିସ ମୁଦ୍ରା ସହ ପ୍ରେରଣ କରିଛନ୍ତି । କୋଟିଆର ପୋଷ୍ଟାଲ ଇଂଡ଼େକ୍ସ କୋଡ଼ ୭୬୪୦୩୯ ଓଡିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଧୀର ମତବ୍ୟକ୍ତ କରିଛନ୍ତି । ସୁପ୍ରିମ କୋର୍ଟ ରେ କୋଟିଆ କୁ ନିଜର ବୋଲି ଦାବି କରି ଓଡିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରିଥିବା ବେଳେ କେନ୍ଦ୍ର ସରକାର ଙ୍କ ଅଧୀନରେ ଥିବା ଡାକ ବିଭାଗର କୋଟିଆ କୁ ଓଡ଼ିଶାର ପିନ କୋଡ଼ ପ୍ରଦାନ କରାଯାଇଥିବା ତଥ୍ୟ ଓଡ଼ିଶାର ପକ୍ଷକୁ ଆହୁରି ଅଧିକ ମଜଭୁତ କରିବ ବୋଲି ଇପିଏ ର ଅନ୍ୟତମ ସଦସ୍ୟ ବିଶ୍ୱଜିତ ମହାନ୍ତି ଆଶାପୋଷଣ କରିଛନ୍ତି । କୋଟିଆ ଯେ ଓଡିଶାର ତାହା ସମସ୍ତଙ୍କୁ ଜଣାଇବା ପାଇଁ ଆଜି କୋଟିଆ ରୁ କୋଟିଆ ର ସ୍ୱତନ୍ତ୍ର ଲଫାଫା ରେ ଚିଠି ପ୍ରେରଣ କରିବାର ଅଭିଜାନ ଆରମ୍ଭ ହୋଇଥିବା ଶ୍ରୀ ସଂଜୀବ ହୋତା ଜଣାଇଛନ୍ତି ।

ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ସରକାରଙ୍କ ଦ୍ୱାରା ୧୯୪୫ ମସିହାରେ ପାଟନା ରେ ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ କୋଟିଆ ପଂଚାୟତ ଅନ୍ତର୍ଗତ ପଟ୍ଟାଙ୍ଗି-ତାଡିବାଲାସା ହେରିଟେଜ ରୋଡ଼ ଓଡ଼ିଶାର ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ଯୋଗୁଁ ସମଗ୍ର କୋଟିଆ ଅଂଚଳ ଯେ ଓଡିଶା ସୀମା ମଧ୍ୟରେ ରହିଛି ତାହା ସୁସ୍ପଷ୍ଟ । କୋଟିଆ ପଂଚାୟତର ନେରେଡିବାଲାସା , ତାଡିବାଲାସା , ଏଲାଙ୍ଗାବାଲାସା ଭଳି ଗ୍ରାମ ଗିଡିକରେ ଜୟପୁର ଜମିଦାରୀ ରେ ଖଜଣା ବାନ୍ଧିଥିବା କାଗଜ ପତ୍ର , ଛୋଟ ବଡ ମାନଚିତ୍ର ଭକି ପ୍ରମାଣ ଓଡିଶା ସପକ୍ଷରେ ବାରମ୍ବାର ଉପସ୍ଥାପନା କରାଯାଇ କୋଟିଆ ଯେ ଓଡିଶାର ଏହି ଉକ୍ତି କୁ ଜାହିର କରାଯାଇଛି । ତେଣୁ ଆନ୍ଧ୍ର ସରକାରଙ୍କ ନିକଟରେ ଡାକ ବିଭାଗ ଦ୍ୱାରା ସ୍ୱୀକୃତ କୋଟିଆର ପିନ କୋଡ଼ ଭଳି ବଳିଷ୍ଠ ତଥା ସ୍ପଷ୍ଟ ପ୍ରମାଣ କୁ ଉପସ୍ଥାପନ କରି କୋଟିଆ ରେ ଆନ୍ଧ୍ରର ଅନଧିକାର ପ୍ରବେଶ କୁ ରୋକିବା ଦିଗରେ ଓଡିଶା ରାଜ୍ୟ ସରକାର ସକ୍ଷମ ହେବେ ବୋଲି ଆଶା ପୋଷଣ କରାଯାଇଛି ।

Leave a Reply

Your email address will not be published. Required fields are marked *