କୌସ୍ତୁଭ ଗ୍ରୁପ ଅଫ ଇଂଜିନିୟରିଂ କଲେଜରେ ଟେକ ଫେଷ୍ଟ ପାଳିତ

Spread the love

()କୌସ୍ତୁଭ ଗ୍ରୁପ ଅଫ ଇଂଜିନିୟରିଂ କଲେଜରେ ବାର୍ଷିକ ଉତ୍ସବ ପାଳିତ ହୋଇଛି | ଏହି ବାର୍ଷିକ ଉତ୍ସବକୁ ଟେକ ଫେଷ୍ଟ ଭାବେ ନାମିତ କରାଯାଇଛି | ୨ ବର୍ଷ କରୋନା କଟକଣା ପରେ ଆଜି କଲେଜର MBA , ଇଲେକ୍ଟ୍ରୋନିକ୍ସ , କମ୍ପ୍ୟୁଟର ସାଇନ୍ସ ଓ ସିଭିଲ ଡେ଼ପାର୍ଟମେଣ୍ଟରେ ଏହା ଆୟୋଜିତ ହୋଇଛି | ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଜାରି ରହିବ |

କୌସ୍ତୁଭ ଗ୍ରୁପ ଅଫ ଇଂଜିନିୟରିଂ କଲେଜ ଅଗ୍ରଣୀ କଲେଜ ଗୁଡିକ ମଧ୍ୟରେ ଅନ୍ୟତମ | ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ପରିବେଶ ତଥା ସମସ୍ତ ପାଠ୍ୟ ଉପକରଣ ଯୋଗାଇ ଦେବା ଏହାର ପ୍ରଧାନ ଲକ୍ଷ୍ୟ | ଏଥିସହ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ମଧ୍ୟ  କଲେଜ ପକ୍ଷରୁ ସବୁବେଳେ ନୂତନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶୃଙ୍ଖଳିତ ଉପାୟରେ ଛାତ୍ରଛାତ୍ରୀ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦିଆଯାଏ  |

ଆଜି ଆରମ୍ଭ ହୋଇଥିବା ଏହି ଟେକଫେଷ୍ଟ କାର୍ଯ୍ୟକ୍ରମରେ ଟେକକୁଇଜ, ମ୍ୟୁଜିକ ଚେୟାର , ଖାନା ଖଜାନା ପରି ଭିନ୍ନ ଭିନ୍ନ ସେସନ ରହିଛି |  ଆଗକୁ ଏହା ୨ ଦିନ ଧରି ଜାରି ରହିବ | ଆଜିର ଏହି କାର୍ଯ୍ୟକ୍ରମରେ  କୌସ୍ତୁଭ ଗ୍ରୁପ ଅଫ ଇଂଜିନିୟରିଂ କଲେଜର  ଏକ୍ସକ୍ୟୁଟିଭ ଡ଼ାଇରେକ୍ଟର ଶ୍ରୀ କୌସ୍ତୁଭ  ମଲ୍ଲିକ , ଜେନେରାଲ ମ୍ୟାନେଜର ଡାକ୍ତର ସଦାଶିବ ଦାସ ଓ ଅନ୍ୟ ଅତିଥି ମାନେ କଲେଜର ବିଭିନ୍ନ ବିଭାଗ ଗୁଡିକ ବୁଲି ଦେଖିଥିଲେ ଓ ପ୍ରତ୍ୟକ ଡିପାର୍ଟମେଣ୍ଟର ଉଦ୍ଭାବିତ  ନୂତନ ଜିନିଷ ସବୁକୁ ଦେଖିଥିଲେ | ଏଥିସହ ବିଭିନ୍ନ ସ୍ଥାନରେ ଥିବା ସେଲ୍ଫି ପଏଣ୍ଟ ରେ ଫଟୋ ଉଠେଇ ଅତିଥି ମାନେ ମଜା ମଧ୍ୟ ଉଠାଇଥିଲେ | ଅନ୍ୟପଟେ ୨ ବର୍ଷ ପରେ କଲେଜରେ ବାର୍ଷିକ ଉତ୍ସବ ହେଉଥିବାରୁ ଖୁସି ଥିବା କହିଛନ୍ତି ଛାତ୍ରଛାତ୍ରୀ |

ଏହି କାର୍ଯ୍ୟକ୍ରମ ଆମ ପାଇଁ ଶିକ୍ଷଣୀୟ ଓ ଶୃଙ୍ଖଳିତ ଉପାୟରେ କିପରି ଆମେ ଆଗକୁ ବଢ଼ିପାରିବୁ ତାହାକୁ ନେଇ ଆମକୁ ଉତ୍ସାହିତ କରାଯାଇଛି | ଆଗକୁ ଯାଇ ଆମେ ମଧ୍ୟ କଲେଜର ନା ରଖିବୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ |

ଜ୍ୟୋତି ମଞ୍ଜରୀ ସାହୁଙ୍କ ରପୋର୍ଟ

Leave a Reply

Your email address will not be published. Required fields are marked *