ବରଗଡ: ଗତ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆଜି ଅନ୍ତିମ ଦିବସରେ ପହଞ୍ଚିଛି । ଦୀର୍ଘ ୧୧ଦିନ ଧରି ଚାଲିଥିବା ଏହି ମୁକ୍ତାକାଶ ରଙ୍ଗ ମଞ୍ଚରେ କୃଷ୍ଣ ଜନ୍ମଠାରୁ ଆରମ୍ଭକରି ମଥୁରା ଗମନ ପରିସମସ୍ତ ଦୃଶ୍ୟ ଅଭିନୀତ ହୋଇ ସାରିଛି । ଆଉ ଆଜି ଅନ୍ତିମ ଦିବସ ରେ କଂସ ବଧ , ଉଗ୍ରସେନ ଙ୍କ ରାଜ୍ୟାଭିଷେକ ସହ ଧନୁଯାତ୍ରା ଉଦଯାପିତ ହେବ ।
କଂସ ବଦ୍ଧ ସହ ଆଜି ଶେଷ ହେବ ବରଗଡ ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଗତ ୩୧ ତାରିଖରୁ ଆରମ୍ଭ ହୋଇଥିବା ଧନୁଯାତ୍ରା ଅନ୍ତିମ ଦିନରେ ପହଂଚିଛି । ମୁକ୍ତାକାଶ ରଂଗମଂଚରେ କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି ମଥୁରା ଗମନ ଅଭିନୀତ ହୋଇସାରିଛି । ଆଜି ଶେଷ ତଥା ଦଶମ ଦିନରେ କୁବଳୟା ହସ୍ତୀ ଏବଂ ଅଷ୍ଟମଲ୍ଲଙ୍କୁ ମାରିବା ପରେ ମାମୁଁ କଂସ ଙ୍କର ବଧ ଦୃଶ୍ୟ ଅଭିନୀତ ହେବ । ପରେ ପରେ ଦେବକୀ ଓ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରି ଉଗ୍ରସେନଙ୍କର ରାଜ୍ୟାଭିଷେକ କରିବେ କୃଷ୍ଣ ବଳରାମ ।
ସେପଟେ ୯ମ ଦିବସରେ କଂସଙ୍କ ନିମନ୍ତ୍ରଣ ପାଇ ଛଳନାର ଯାତ୍ରା ଧନୁଯାତ୍ରାରେ ଯୋଗଦେବାକୁ ପହଂଚିଥିଲେ କୃଷ୍ଣ ବଳରାମ । ମଥୁରା ନଗରୀ ବୁଲିବା ବେଳେ ପୂର୍ଣ୍ଣ କଳସୀ ରଖି ପ୍ରଭୂଙ୍କୁ ସ୍ବାଗତ ଏବଂ ପୂଜାର୍ଚ୍ଚନା କରିଥିଲେ ମଥୁରାବାସୀ। ପରେ ଖଜୁରଟିକା ଠାରେ ସୁଦାମକ ମାଳି ଏବଂ ରଜକଙ୍କୁ ସାକ୍ଷାତ କରିବା ସହିତ କାଳୀ ମନ୍ଦିରରେ କୁବଜାକୁ ଉଦ୍ଧାର କରିଥିଲେ । ସେପଟେ କଂସ ମହାରାଜ ଛଳନାର ଯୁଦ୍ଧ ଦ୍ବାରା ଦୈବୀ ବାଣୀକୁ ଭୁଲ ପ୍ରମାଣିତ କରିବାର ସ୍ବପ୍ନ ଦେଖୁଥିଲେ କଂସ । ନାଚଗୀତ ସହିତ ସୁରାର ଆସର ଜମିଥିଲା ଦରବାରରେ। ତଥାପି ସ୍ବପ୍ନାଦେଶ ଆଗରେ ଶକ୍ତିହୀନ ହୋଇପଡୁଥିଲେ ମହାରାଜ କଂସ।
୧୧ ଦିନ ଧରି ଚାଲିଥିବା ଏହି ଯାତ୍ରାର ଅନ୍ତିମ ଦୃଶ୍ୟକୁ ଉପଭୋଗ କରିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।…
ଧ୍ରୁବ କର୍ମୀ
Naxatra News is now on Whatsapp
Join and get latest news update delivered to you via whatsapp
Join Now