ବାହାନଗା ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ : କଂଗ୍ରେସ

Spread the love

ଭୁବନେଶ୍ୱର : ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଯାହର କ୍ଷତି ଅପୂରଣୀୟ । ଏଭଳି ଦୁର୍ଘଟଣା ଭାରତ ବର୍ଷରେ କେବେବି ହୋଇନାହିଁ । ଅତୀତରେ ଏକ ଟ୍ରେନ ଦୁର୍ଘଟଣା ପାଇଁ ଲାଲବାହାଦୁର ଶାସ୍ତ୍ରୀ ରେଲୱେମନ୍ତ୍ରୀରୁ ଇସ୍ତଫା ଦେଇଥିଲେ । କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ଏବଂ ଏଥିପାଇଁ କିଏ ଦାୟୀ? ଏହାର ଉଚ୍ଚସ୍ତରୀୟ ତଦନ୍ତ ତୁରନ୍ତ କରାଯାଉ । ମୃତବ୍ୟକ୍ତିଙ୍କୁ ଅଧିକ ଅନୁକମ୍ପା ରାଶି ଏବଂ ଆହତ ବ୍ୟକ୍ତିଙ୍କୁ ଅଧିକ ଅନୁକମ୍ପା ରାଶି ତୁରନ୍ତ ଦିଆଯାଉ ବୋଲି ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *