ବରଗଡ଼: ରେଷ୍ଟୁରାଣ୍ଟରେ ମଦ ଦୋକାନ ଖୋଲିବାକୁ ନେଇ ବଢୁଛି ଅସନ୍ତୋଷ । ବରଗଡ଼ ଜିଲ୍ଲା ଅତାବିରା ଥାନା ରେଙ୍ଗାଳି କ୍ୟାମ୍ପ ଠାରେ ଏକ ରେଷ୍ଟୁରାଣ୍ଟରେ ଅନ-ସପ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ବରଗଡ ଏବଂ ଅତାବିରା ମଧ୍ୟରେ ଥିବା ରେଙ୍ଗାଳି କ୍ଯ୍ୟମ୍ପ ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ସହ ଏଠାରେ ଜନ ଗହଳି ରହିଥାଏ। ଏହି ଅଞ୍ଚଳରେ ମଦ ଦୋକାନ ଖୋଲାଗଲେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ହେବା ସାଙ୍ଗକୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଏଠାରେ ମଦଦୋକାନ ନଖୋଲିବାକୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଅବକାରୀ ଓ ପୋଲିସ ବିଭାଗର କେତେକ କର୍ମଚାରୀ ଲୋକଙ୍କ ଜାଲ ଦସ୍ତଖତରେ ଲାଇସେନ୍ସ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ଏହି ମଦ ଦୋକାନ ବନ୍ଦ କରିବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ସେପଟେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ ପୂର୍ବରୁ ଅବକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ନଥିପତ୍ରରେ ବ୍ୟାପକ ଜାତିଆତି ହୋଇଥିବା ଅଭିଯୋଗ ହୋଇଛି। କିଛି ଅବକାରୀ କର୍ମଚାରୀ ଏବଂ ନେତାଙ୍କୁ ହାତବାରିସୀ କରି ଭୁଲ ତଥ୍ୟ ଦର୍ଶାଇ ଏହି ଲାଇସେନ୍ସ ହାତେଇ ଥିବା ଏବଂ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଲଗାଇ ବଳପୂର୍ବକ ଦସ୍ତଖତ କରାଇବାର ଅଭିଯୋଗ ହୋଇଛି । ଯାହାର ଏକ ଅଡିଓ ଭାଇରାଲ ହୋଇଛି । ଏନେଇ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ବରଗଡ଼ ଜିଲ୍ଳାପାଳ କହିଛନ୍ତି ।
ତେବେ ଅନ-ସପ ମଦ ଦୋକାନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହା ଉପରେ ଜିଲ୍ଲା ପ୍ରଶାସନର ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now